thelifelinemedia
Latest Odisha News, Breaking News Today

ବିଜେପି ସରକାରର ଶହେ ଦିନର କାର୍ଯ୍ୟସୂଚୀକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ଘରେ ନ ପଶୁଣୁ ଚାଳ ବାଜିଲାଣି। ରଙ୍ଗ ବଦଳା ଓ ନାମ ପରିବର୍ତ୍ତନ ସରକାର ହେଉଛି ବିଜେପି। ନୂଆ ବିଜେପି ସରକାରର ଶହେ ଦିନିଆ କାର୍ଯ୍ୟସୂଚୀକୁ ନେଇ କିଛି ଏଭଳି ଭାବେ ମୋହନ ସରକାରକୁ ସମାଲୋଚନା କରିଛି ବିଜେଡି। ବିଜେପିର ସରକାରର କାର୍ଯ୍ୟଧାରା ହେଉଛି ଘରେ ନ ପଶୁଣୁ ଚାଳ ବାଜିବା ଭଳି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ। ବିଜେପିକୁ ଅରୁଣ ପ୍ରଶ୍ନବାଣରେ ଛନ୍ଦିଛନ୍ତି। କହିଛନ୍ତି ୫ ବର୍ଷରେ ୨୫ ଲକ୍ଷପତି ଦିନି କେମିତି ତିଆରି କରିବେ ?ରାଜ୍ୟପାଳଙ୍କ ପୁଅ କ’ଣ ଆଇନରୁ ଉପରେ ? ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ଅସ୍ମିତା କେତେ ସୁରକ୍ଷିତ ? ଥାନାଗୁଡିକ ବିଜେପିର ଦ୍ବିତୀୟ ପାର୍ଟି ଅଫିସ ପାଲଟି ଗଲାଣି। ରାଜ୍ୟ ବିଜେପି ଗୋଟିଏ କାମ ଜାଣିଛନ୍ତି ରଙ୍ଗ ବଦଳା ଏବଂ ନାମ ପରିବର୍ତ୍ତନ। ମୋଦୀ କଥା ଦେଇଛନ୍ତି ୩ କୋଟି ଲକ୍ଷପତି ଦିଦି ତିଆରି କରିବେ କିନ୍ତୁ ଓଡିଶା ଭାଗରେ ୨୫ ଲକ୍ଷ ଲକ୍ଷପତି ଦିଦି ପଡୁଛନ୍ତି ମାତ୍ର ୫ ହଜାର ଟଙ୍କାରେ କେମିତି ଲକ୍ଷପତି ଦିଦି ହେବେ ସେ ସୂତ୍ର ଟା କହିନାହାଁନ୍ତି।

ସେହିପରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଅରୁଣ କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ପଛଘୁଞ୍ଚା ଦେଉଛି ବିଜେପି।ଜାତିଭିତ୍ତିକ ଜନଗଣନା ହେଉ କିମ୍ଵା ଦୁଇ କୋଟି ଚାକିରି ଦେବା କହିଥିଲେ, ଏବେ କହୁଛନ୍ତି ଏକ କୋଟି। ବିଶ୍ବଗୁରୁ ହେବାପାଇଁ ନାରା ହେଉଛି । କିନ୍ତୁ ଭାରତର ଚାରିପଟେ ଥିବା ପାକିସ୍ତାନ, ଆଫଗାନିସ୍ତାନ, ଚାଇନା, ନେପାଳ, ଭୁଟାନ ବାଂଲାଦେଶ ଭଳି ପଡୋଶୀ ଦେଶ ଶତ୍ରୁ ହେଲେଣି ବୋଲି କହି ବିଜେପିକୁ କଟାକ୍ଷ କରିଛନ୍ତି ଅରୁଣ ସାହୁ

Leave A Reply

Your email address will not be published.