ମୋଦିଙ୍କ ଜନ୍ମଦିନ ପାଇଁ ପାର୍ଟି ଅଫିସରେ ସେବା ପକ୍ଷ ପ୍ରଦର୍ଶନୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପାର୍ଟି ଅଫିସ ରେ ସେବା ପକ୍ଷ ପ୍ରଦର୍ଶନୀ ଉଦ୍ଘାଟନ ହୋଇଛି। ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେବା ପକ୍ଷ ପ୍ରଦର୍ଶନୀରେ ରହିଛି ନରେନ୍ଦ୍ର ମୋଦୀ ଙ୍କ ବାଲ୍ୟ ଜୀବନ ଠୁ ଆରମ୍ଭ କରି ତିନି ଥର ପ୍ରଧାନମନ୍ତ୍ରୀ ହେବାର କାହାଣୀ। ଭାରତକୁ ବିକଶିତ କରିବା, ଯୁବକ ମହିଳା ଙ୍କୁ ସ୍ବାବଲମ୍ବୀ ଓ ରୋଜଗାର ଦେବା, ଧାରା ୩୭୦ ଉଛେଦ, ସ୍ଵଚ୍ଛତା ଅଭିଯାନ, ଆତଙ୍କବାଦ ଦମନ ଓ ନିପାତ୍ , ମନ୍ କି ବାତ୍ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଫୋଟୋ ସହିତ ବିବରଣୀ ରଖାଯାଇଛି।
ଏହା ବ୍ୟତୀତ ରକ୍ତଦାନ ଶିବିର ବି ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ରାଜ୍ୟ ବିଜେପି ପାର୍ଟି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ, ଅନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେପଟେ ସେବା ପକ୍ଷ ପାଳନ ଆଜିଠୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ୧୫ଦିନ ଏହି କାର୍ଯ୍ୟକ୍ରମ ଜାରି ରହିବ। ବୁଥସ୍ତରରେ ମା ପାଇଁ ଗଛ ଟିଏ, ସଦସ୍ୟତା ଅଭିଯାନ,ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ କରାଯିବ। ସେହିପରି ଭାବେ ପ୍ରତି ବ୍ଲକସ୍ତରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।