thelifelinemedia
Latest Odisha News, Breaking News Today

ମୋହନ ମାଝୀ ଜଣେ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ: କୁହନ୍ତି ଗୋଟେ କାମ କରନ୍ତି ଆଉ ଗୋଟେ 

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୁ ବର୍ତ୍ତମାନ ସୁଦ୍ଧା ଚିଠି ଲେଖିଲେ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ବିଜେପି ସରକାରର ଇଛା ଶକ୍ତି ନାହିଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କରିବା ପାଇଁ। ମୋହନ ମାଝୀ ଜଣେ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ। ଯାହା କୁହନ୍ତି ପରେ ଦଳୀୟ ନେତା ଙ୍କ ଦ୍ଵାରା ଭୟବିତ ହୋଇ ମତ ପରିଵର୍ତନ କରନ୍ତି। ବିଜେଡି ପୁଣି ଥରେ ଆଶା ରଖୁଛି ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଷ୍ଟେଜ ସେୟାର କରିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଅବଗତ କରାଇବେ।

ଆଜିକୁ ୧୨ ବର୍ଷ ହେବ ଓଡିଶା କୁ ତାର କୋଇଲା ରୟାଲିଟି ଦେଇ ନାହାନ୍ତି। ୧୦ ମେ ୨୦୧୨ ରେ ଶେଷ ଥର କୋଇଲା ରୟାଲିଟି ବଢ଼ାଯାଇ ନାହି । ବିଜେଡି ଏ କଥା ବାରମ୍ବାର କେନ୍ଦ୍ର ନିକଟରେ ଦାବି କରୁଥିଲେ ବି କେନ୍ଦ୍ର ସରକାରଙ୍କ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବା ଓଡିଶା ପ୍ରତି ବର୍ଷ ୧୦ ହଜାର କୋଟି ହରାଉଛି । କାଲି ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ବସିବା ବେଳେ ଏ ଦାବି ରଖନ୍ତୁ । କୋଇଲା ରୟାଲିଟି ବଢାଇବାକୁ । ଆସନ୍ତା କାଲି ଡବଲ ଇଞ୍ଜିନ ନା ଡବଲ ଫମ୍ପା ତାହା ଜଣା ପଡ଼ିବ । କେନ୍ଦ୍ରୀୟ ନେତୃତ୍ୱ ଙ୍କ ସାମ୍ନା ରେ କଥା କହିବା ପାଇଁ ସାହସ ରଖନ୍ତୁ। ନ ହେଲେ ଜଣା ଯିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଅସହାୟ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। କହିଛି କାହାର ଇଛାଶକ୍ତି କେତେ ତାହା ଲୋକ ଜାଣିଛନ୍ତି। ସରକାରରେ ଥିବା ସମୟରେ ବିଜେଡି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାନେଇ କେତେ ତତ୍ପର ଦେଖାଇଥିଲା ତାହା ସମସ୍ତେ ଜାଣିଛନ୍ତି। ଆଉ କିଛି ପ୍ରସଙ୍ଗ ନଥିଲା ତେଣୁ ଏହି ପ୍ରସଙ୍ଗକୁ ବିଜେଡି ଜାବୁଡି ଧରିଛି ବୋଲି ବିଜେପି କହିଛି।

 

Leave A Reply

Your email address will not be published.