thelifelinemedia
Latest Odisha News, Breaking News Today

ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲା ବିଜେଡି। ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାର ଆସିବା ପୂର୍ବରୁ ସଂକଳ୍ପ ପତ୍ରରେ ଯାହା ଦେଇଥିଲେ, ଏବେ ଏଥିରେ ସଂପୂର୍ଣ୍ଣ ବ୍ୟତିକ୍ରମ ହୋଇଛି । ଇସ୍ତାହାରରେ ପ୍ରତେକ ମହିଳାଙ୍କୁ 2 ବର୍ଷରେ 50 ହଜାର ଟଙ୍କା ପାଇବେ ବୋଲି ଉଲ୍ଲେଖ କରିଥିଲେ। ହେଲେ ଏବେ ମିଛ କହୁଛନ୍ତି। ଏବେ ସେମାନେ କହୁଛନ୍ତି କେବଳ 21ରୁ 60 ବର୍ଷ ମହିଳା ଏ ଯୋଜନାର ଲାଭ ପାଇବେ। ତେବେ 18ରୁ 21 ବର୍ଷ ଓ 60 ବର୍ଷରୁ ଅଧିକ ବର୍ଗ ତାଙ୍କ ମହିଳା ତାଲିକାରେ ନାହାନ୍ତି କି ବୋଲି ପ୍ରଶ୍ନ କରିଛି ଦଳ। ନିର୍ବାଚନ ପୂର୍ବରୁ ବଡ଼ ନେତାମାନେ 2 ବର୍ଷ ଭିତରେ 50 ହଜାର ଟଙ୍କା ଦେବେ ବୋଲି କହିଥିଲେ। ତେଣୁ ଓଡ଼ିଶା ମହିଳାଙ୍କୁ ସେମାନେ ଠକୁଛନ୍ତି। ସୁଭଦ୍ରା ଯୋଜନା ଏକ ପ୍ରବଞ୍ଚନା। ଏହା ହାସ୍ୟାସ୍ପଦ ଯୋଜନା। ଆଗାମୀ ଦିନରେ ଏହା ଲୋକ ଜାଣିବେ। 5 ହାଜର ଟଙ୍କାରେ କିପରି ମହିଳା ଉଦ୍ୟଗୀ ହୋଇପାରିବେ। ଆସନ୍ତାକାଲି ଆୟୋଜନ ହୋଇଥିବା ସଭାକୁ ବିଜେଡି ନିନ୍ଦା କରୁଛି ବୋଲି ଦଳର ମୁଖପାତ୍ର ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି।

Leave A Reply

Your email address will not be published.