ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ; ରାସ୍ତା ଅବରୋଧ କଲେ ଯୁବଗୋଷ୍ଠୀ

ଭଦ୍ରକ ୦୨/୦୯: କୌଣସି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୋଟିଏ ଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରି ରାସ୍ତା ରୋକ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥର ରାନ୍ଦିଆ ବ୍ରିଜ ପାଖରେ ରାସ୍ତା ରୋକ କରାଯାଇଛି। କୌଣସି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁଇ ଅଞ୍ଚଳର ଯୁବ ଗୋଷ୍ଠି ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଛି। ପରେ ଗୋଟିଏ ଗୋଷ୍ଠୀର ଯୁବକମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।