thelifelinemedia
Latest Odisha News, Breaking News Today

ଲଘୁଚାପର ପ୍ରଭାବରେ ମାଲକାନଗିରିରେ ସର୍ବାଧିକ ବର୍ଷା

ଭୁବନେଶ୍ବର: ଗଭୀର ଅବପାତ ରୂପ ନେଲା ଲଘୁଚାପ। ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ବୌଦ୍ଧରେ ରେଡ ଆଲର୍ଟ ଜାରି ଆଜି ପାଇଁ ରହିଛି। ଆଜି ପୁରୀ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପବନରେ ବେଗ ୫୦ ରୁ ୬୦ କିମି ରହିବା ସହ ଝଟକା ପବନ ୬୫ ରୁ ୭୦ କିମି ରହିବ। ଏନେଇ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାବେଳେ ସର୍ବାଧିକ ବର୍ଷା ୨୫୩ମିମି ମାଲକାନଗିରିରେ ହୋଇଛି। ଗତ ୨୪ ଘଣ୍ଟାରେ ୨୧ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବର୍ତ୍ତମାନ ଗଭୀର ଅବପାତ ପୁରୀରୁ ୫୦ କିମି ଦୂରରେ ରହିଛି। ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରୁଚି। ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି ବଜାୟ ରଖିବ। ଛତିଶଗଡ଼ ମୁହାଁ ହେବ କ୍ରମଶଃ। ଫଳରେ ମହାନଦୀ ଉପରମୁଣ୍ଡରେ ବର୍ଷା ହେବ।

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସାରା ରାଜ୍ୟରେ ବର୍ଷା ହେବ। ଆସନ୍ତାକାଲି ମଧ୍ୟ ବର୍ଷା ରହିବ। ୧୧ ତାରିଖ ଯାଏ ବର୍ଷା ଲାଗି ରହିବ। ୧୧ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ହେବ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା କମିବ। ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ୧୧ ତାରିଖ ଯାଏଁ ଯିବାକୁ ବାରଣ ହୋଇଛି।

Leave A Reply

Your email address will not be published.