thelifelinemedia
Latest Odisha News, Breaking News Today

ସାରା ରାଜ୍ୟରେ ବୁଲିବ ସୁଭଦ୍ରା ରଥ: ଘରେ ଘରେ ମହିଳାଙ୍କୁ ଦେବ ବାର୍ତ୍ତା

ଭୁବନେଶ୍ୱର: ସାରା ରାଜ୍ୟରେ ବୁଲିବ ସୁଭଦ୍ରା ରଥ। ରାଜ୍ୟର ପ୍ରତି ମହିଳା ଙ୍କୁ ସଶକ୍ତ କରିବ ଓ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଇ ଶୁଭ ମୁହୂର୍ତ୍ତ ହେଉଛି ଆପଣଙ୍କର। ଏହା କେବଳ ଏକ ସରକାରୀ ଯୋଜନା ନୁହେଁ ଏହା ଆମ ଅସ୍ମିତାର ପରିଚୟ ହେବ। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପରେ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଆଜି ଏକ ପବିତ୍ର ଦିନ। ପ୍ରଭୁ ଶ୍ରୀ ଗଣେଷ ଚର୍ତୁଥୀ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଶୁଭ ହୋଇଛି। ଏହି ରଥ ପ୍ରତି ଗାଁ,ପଞ୍ଚାୟତ,ବ୍ଲକ,ସାହି ବସ୍ତିରେ ବୁଲି ସଚେତନ କରାଇବ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଉପକୃତ ହେବେ। ମହିଳାଙ୍କୁ ଏହି ଯୋଜନା ଆର୍ଥିକ କ୍ଷତ୍ରରେ ବୈଭବ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସହାୟକ ହେବ। ଏହି ବାର୍ତ୍ତାକୁ ସବୁ ଘରେ ପହଞ୍ଚାଇବା ପାଇଁ ଆମେ ଏହି ରଥ କୁ ସ୍ୱାଗତ କରିବା ସହ ଏହି ରଥ ଗଡ଼ିବାରେ ଭାଗିଦାରୀ ସାଜିବା ବୋଲି ମୋହନ ମାଝୀ କହିଛନ୍ତି।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନିଜେ ଓଡିଶା ଆସି ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ସମସ୍ତ ମା ମାନେ ଆସନ୍ତୁ ଏହି ଅବସରରେ ସାମିଲ ହୋଇ ଶୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ସାକ୍ଷୀ ବନିବା ବୋଲି ସୁଭଦ୍ରା ରଥର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି।

Leave A Reply

Your email address will not be published.