thelifelinemedia
Latest Odisha News, Breaking News Today

ନଗ୍ନ ଫଟୋ ଶୁଟ୍‌ ମାମଲା: ଫଟୋରେ ଏଭଳି ପ୍ରଭାବ ପଡ଼ିବ ଜାଣି ନଥିଲି ବୋଲି କହିଲେ ରଣବୀର କପୁର

ନୂଆଦିଲ୍ଲୀ: ନଗ୍ନ ଫଟୋ ଶୁଟ୍‌କୁ ନେଇ ବିବାଦରେ ଫସିଥିବା ବଲିଉଡ୍ ଅଭିନେତା ରଣବୀର କପୁର ଗତକାଲି ଥାନାକୁ ଆସି ମାମଲା ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଫଟୋ ଶୁଟ୍‌ର ପ୍ରଭାବ ଏମିତି ହେବ, ତାହା ସେ ଜାଣି ନଥିଲେ ବୋଲି ରଣବୀର ପୁଲିସକୁ କହିଛନ୍ତି।

ନଗ୍ନ ଫଟୋ ଶୁଟ୍ ନେଇ ରଣବୀରଙ୍କ ବିରୋଧରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି। ଏନେଇ ପଚରାଉଚରା କରିବାକୁ ଗତକାଲି ପୁଲିସ ତାଙ୍କୁ ଡକାଇଥିଲା। ରଣବୀର ପୁଲିସ ସମ୍ମୁଖରେ ନିଜର ପ୍ରତିକ୍ରିୟା ଦେଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଗତକାଲି ସେ ସକାଳ ୭ଟାରେ ଚେମ୍ବୁର ପୁଲିସ ଷ୍ଟେସନ୍‌କୁ ଯାଇଥିଲେ ଓ ସକାଳ ୯ଟାରେ ଥାନାରୁ ବାହାରିଥିବା ଜଣାପଡ଼ିଛି। ଯଦି ଆଗକୁ ଆବଶ୍ୟକ ପଡ଼େ ପୁଣିଥରେ ରଣବୀରଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ ମିଡିଆ କିମ୍ବା ସର୍ବସାଧାରଣରେ କୌଣସି ମନ୍ତବ୍ୟ ନଦେବାକୁ ରଣବୀର କପୁରଙ୍କୁ କୁହାଯାଇଛି। ତେଣୁ ରଣବୀରଙ୍କୁ ଯେତେ କଲ୍‌ ଓ ମେସେଜ୍‌ ଆସୁଛି ସେ ସବୁଥିରେ ନିରବ ରହୁଛନ୍ତି ବୋଲି ଖବର ଦେଇଥିବା ଏ ମାମଲାରେ ସେ କେବଳ ପୁଲିସକୁ ତାଙ୍କର ପ୍ରତିକ୍ରିୟା ଦେବେ ବୋଲି ରଣବୀରଙ୍କୁ ଓକିଲ ତାଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.