ସୁଭଦ୍ରା ଯୋଜନା : ହିତାଧିକାରୀଙ୍କୁ ହଇରାଣ କଲେ ନିଆଯିବ କାର୍ଯାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଯେଉଁ ଅସାଧୁ ତତ୍ତ୍ୱ ମହିଳା ମାନଙ୍କୁ ଭ୍ରମିତ କରି ଅର୍ଥ ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିପାଇଁ ମହିଳା ହିତାଧିକାରୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ରହିଛି। ଯଦି କୌଣସି ହିତାଧିକାରୀ ଏଭଳି ଅସାଧୁ ତତ୍ତ୍ୱଙ୍କ ଶିକାର ହେଉଛନ୍ତି ସେମାନେ 14678 ହେଲ୍ପ ଲାଇନରେ ଅଭିଯୋଗ କରନ୍ତୁ ବୋଲି ପ୍ରଭାତି ପରିଡା କହିଛନ୍ତି। କିଛି ଲୋକ ବର୍ତ୍ତମାନ ସମୟରେ ମହିଳାଙ୍କୁ ଫୋନ କରି ସୁଭଦ୍ରା ଯୋଜନା ଆଳରେ ଅର୍ଥ ଲୁଟ କରିବାକୁ ଯୋଜନା କରୁଛନ୍ତି। ଯିଏ ସୁଭଦ୍ରା ଯୋଜନା ନାଁରେ ସାଧାରଣ ହିତାଧିକାରୀଙ୍କୁ ହଇରାଣ କରୁଥିବ, ତାଙ୍କ ନାଁରେ ଅଭିଯୋଗ କଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ସାଢ଼େ 3 ଲକ୍ଷ ଆବେଦନ ହୋଇସାରିଲାଣି । ସୁଭଦ୍ରା ଯୋଜନା ଆବେଦନର କୌଣସି ଶେଷ ତାରିଖ ନାହିଁ । ଯେଉଁମାନେ 17 ତାରିଖ ପରେ ବି ଆବେଦନ କରିବେ, ସେମାନେ ମଧ୍ୟ ଯୋଜନାରେ ସାମିଲ ହୋଇପାରିବେ ଏବଂ ସମାନ ଅନୁଦାନ ପାଇବେ। ଶେଷ ହିତାଧିକାରୀ ସାମିଲ ନହେବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ତେଣୁ ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ଅଯଥା ଭିଡ଼ ଜମାନ୍ତୁ ନାହିଁ ବୋଲି ଅପିଲ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।