thelifelinemedia
Latest Odisha News, Breaking News Today

ପୁଣି ଆସୁଛି ଲଘୁଚାପ ! ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ବଢିବ ବର୍ଷାର ପରିମାଣ । ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି। ଲଘୁଚାପଜନିତ ବର୍ଷା କାରଣରୁ କିଛି ଜିଲ୍ଲାରେ ଚାଷୀ କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ରହିଛି । ତେବେ ପୁଣି ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗରେ ଲଘୁଚାପର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ କାଲିଠୁ ବଢିବ ବର୍ଷା। କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଯାଏ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ବେଳେ ଉପକୂଳ ଓଡିଶାରେ ହେବ ଭଲ ବର୍ଷା।

ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି । ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏହି ଲଘୁଚାପ ଜନିତ ବର୍ଷା ୮ ତାରିଖ ଯାଏଁ ଲାଗି ରହିବ । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୪୦.୭ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି।

Leave A Reply

Your email address will not be published.