thelifelinemedia
Latest Odisha News, Breaking News Today

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର 

ପୁରୀ: ଚାରିଦିନିଆ ଓଡିଶା ଗସ୍ତରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ କାଳିଆ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି ଆର୍ ବି ଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି ।ଶ୍ରୀମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା । ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା,ଲକ୍ଷ୍ମୀ ଓ ପାର୍ଶ୍ଵ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ । ୨୦୨୧ରେ ପ୍ରଥମ ଓଡ଼ିଆ ଭାବରେ ଆର୍ ବି ଆଇ ଦାୟିତ୍ଵ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ । ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟା ରେ କହିଛନ୍ତି । ମନ ଓ ମସ୍ତିସ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Leave A Reply

Your email address will not be published.