thelifelinemedia
Latest Odisha News, Breaking News Today

ମାଛ ମାର୍କେଟରେ ଭିଡ଼ : ବାର୍ଡ ଫ୍ଲୁ ଲାଗି ଚିକେନ ନୁହେଁ, ଏବେ ମାଛ ମୁହାଁ ଲୋକେ, ଚଡ଼ା ଦର ହେଲାଣି ମାଛ 

ଭୁବନେଶ୍ୱର: ମାଛ ମାର୍କେଟରେ ଅସମ୍ଭାଳ ଭିଡ଼। ବାର୍ଡଫ୍ଲୁ ଲାଗି ଲୋକେ ଚିକେନ ଖାଉ ନାହାନ୍ତି। ଚିକେନର ବିକଳ୍ପ ଭାବେ ଏବେ ମାଛ ଖାଉଛନ୍ତି ଲୋକେ। ମାଛ ବଜାରରେ ପ୍ରବଳ ଭିଡ଼। ଲୋକଙ୍କ ଭିଡ଼କୁ ମାଛ ବ୍ୟବସାୟୀ ଚଢ଼ା ଦରରେ ମାଛ ବିକ୍ରି କରୁଛନ୍ତି। ରାଜଧାନୀ ମାର୍କେଟରେ ମାଛ ବଜାର ଦୃଶ୍ୟ କିଛି ଏଇଭଳି। ପୂର୍ବରୁ ମାଛ ଦୋକାନରେ ସେତେ ଭିଡ଼ ନଥିଲା। ହେଲେ ଏବେ ବାର୍ଡ ଫ୍ଲୁ ଭୟ ଯୋଗୁଁ ଲୋକେ ଚିକେନ ଖାଉ ନାହାନ୍ତି। ତେଣୁ ମାଛ ବଜାରରେ ଭିଡ଼ ଦେଖିବାକୁ ମିଳୁଛି।

ବାର୍ଡ ଫ୍ଲୁ ଲାଗି ଚିକେନ ଦୋକାନରେ ଚିକେନ ଦର କମିଥିବା ବେଳେ ମାଛ ମାର୍କେଟରେ ମାଛ ଦର ଆକାଶ ଛୁଆଁ। ସକାଳୁ ମାଛ ମାର୍କେଟ ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏବେ ଚିକେନ ୧୦୦ ରୁ ୧୨୦ ଟଙ୍କା ଭିତରେ ରହିଥିବା ବେଳେ ମାଛ ୩୦୦ ପାର। ରୋହି ଭାକୁର ମାଛ ୧୨୦ ରୁ ୨୦୦ ଭିତରେ ରହୁଥିଲା ଏବେ ସେ ମାଛ ସବୁ ୩୦୦ ଉପରେ ରହୁଛି। ଅଲଗା ମାଛ ସବୁ ୪୦୦ ଉପରେ ରହୁଛି। ଅନ୍ୟପଟେ ଅଧିକ ଦାମରେ ମାଛ କିଣୁଥିବା ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.