thelifelinemedia
Latest Odisha News, Breaking News Today

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ_ହତ୍ୟା ଘଟଣା: ମୁଁ ବ୍ୟଥିତ, ଭୟଭୀତ କହିଲେ ରାଷ୍ଟ୍ରପତି 

ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶରେ ପ୍ରତିବାଦର ନିଆଁ ଜଳୁଛି। ସବୁଠି ଏହି ଘଟଣାକୁ ନେଇ ସମାଲୋଚନା ଓ ବିକ୍ଷୋଭ। ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଛନ୍ତି ଏ ଘଟଣା ତାଙ୍କୁ ଭୟଭୀତ ଓ ବ୍ୟଥିତ କରିଛି। ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ହିଂସା ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ସବୁ କିଛିର ସୀମା ରହିଛି। ଆମ ସମସ୍ତଙ୍କୁ ମିଳିମିଶି ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ମାମଲାକୁ ରୋକିବାକୁ ପଡିବ। ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ | ସେ କହିଛନ୍ତି, ବହୁତ ହୋଇଗଲା |

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ବହୁତ ହୋଇଗଲା। ସେ କହିଛନ୍ତି, “ଯେତେବେଳେ କୋଲକାତାରେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ ସେତେବେଳେ ମଧ୍ୟ ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ। କୌଣସି ସଭ୍ୟ ସମାଜରେ ମହିଳାଙ୍କ ବିପକ୍ଷରେ ଏଭଳି ଅତ୍ୟାଚାରକୁ ଅନୁମତି ଦେଇହେବ ନାହିଁ।

ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ଘଟଣାରେ ନିରାଶ ଓ ଭୟଭୀତ ଅଛନ୍ତି। ନିଜ ଅସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ ରୋକ ଲଗାଇବାକୁ ଆହ୍ବାନ ଦେଇଛନ୍ତି। ଦେଶ ଏହା ଉପରେ ନିଜର କ୍ରୋଧ ପ୍ରକାଶ କରିବା ଜରୁରୀ ଏବଂ ମୁଁ ମଧ୍ୟ ଏହାକୁ ନେଇ କ୍ରୋଧିତ।’’ ରାଷ୍ଟ୍ରପତି ‘ମହିଳା ସୁରକ୍ଷା: ବସ୍‌ ବହୁତ ହୁଆ’ ଶୀର୍ଷକ ଏକ ଆର୍ଟିକିଲରେ ପ୍ରଥମ ଥର ପାଇଁ କଲକାତା ଆରଜି କର ମେଡିକାଲ କଲେଜ ଘଟଣା ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.