thelifelinemedia
Latest Odisha News, Breaking News Today

ଚାଷୀଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା, ଜଣାନ୍ତୁ କେବେ…

ଚାଷୀଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା, ଜଣାନ୍ତୁ କେବେ..

ଭୁବନେଶ୍ୱର: ପୁଣି ମୋହନ ସରକାରଙ୍କ ବଡ ଘୋଷଣା। ଦିନେ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ପରେ ଆଜି ବିଧାନସଭାରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଏମ୍ କିସାନ ଭଳି ସିଏମ୍ କିସାନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ସିଏମ୍ କିସାନ ଯୋଜନାକୁ ନେଇ ବଡ ଘୋଷଣା କରାଯାଇଛି। ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ଆଉ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। ଏ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ । ବିଧାନସଭାରେ ଏ ନେଇ ବଡ ଘୋଷଣା କରାଯାଇଛି ।ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ସିଏମ୍ କିସାନ ଯୋଜନା ବା CM Kisan । କାଳିଆ ଯୋଜନା ଭଳି ଏଥିରେ ମିଳିବ ଟଙ୍କା । ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଟଙ୍କା ଯିବ । ଏ ନେଇ ବିସ୍ତୃତ ଭାବେ ବିଧାନସଭାରେ କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ପ୍ରତିବର୍ଷ ନୂଆଁଖାଇ ଏବଂ ଅକ୍ଷର ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ନୂଆ ଭାବେ ସାମିଲ ହେବା ଲାଗି ଚାଷୀ ମାନେ ନୂଆ ସିଏମ କିସାନ ପୋର୍ଟାଲରେ କରି ପାରିବେ ଆବେଦନ ।

Leave A Reply

Your email address will not be published.