thelifelinemedia
Latest Odisha News, Breaking News Today

ଶୂନ୍ୟକାଳରେ ଉଠିଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ :ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ଶୂନ୍ୟକାଳରେ ଉଠିଛି ପୂର୍ବ ସରକାରର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ବିଜେଡି ବିଧାୟକ ପ୍ରତାପ ଦେବ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ କହିଥିଲେ ରାଜ୍ୟର ୩୧୪ ବ୍ଲକରେ କାମ ଠପ ହୋଇ ଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଅଲିଖିତ ନିର୍ଦ୍ଦେଶ ଯାଇଛି ସରକାରଙ୍କର। ମନ୍ତ୍ରୀ ଓ ଶାସକ ଦଳ ବିଧାୟକ ଜିଲ୍ଲାପାଳ ମାନଙ୍କୁ ଧମକାଉଛନ୍ତି। ବିଲ କରିବେନି କି କାର୍ଯ୍ୟ ହେବ ନାହିଁ। କାହିଁକି ସରକାର ନୀରବ ବୋଲି ପ୍ରଶ୍ନ କରିଛନ୍ତି ସେ।ରାଜ୍ୟର ବିକାଶ କାର୍ଯ୍ୟକୁ କାହିଁକି ଠପ୍ କରିଛନ୍ତି। ନା ଦିଲ୍ଲୀର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି କି ? ଆମେ ଦୁଇ ଦୁଇ ଥର ମୂଲତବୀ ପ୍ରସ୍ତାବ ଆଣିଲୁଣି କିନ୍ତୁ ଆପଣ ତାକୁ ଗ୍ରହଣ କରୁନାହାନ୍ତି । ଏହା କେତେ ଦୂର ଠିକ୍।

ବିଜେଡିର ଏହି ପ୍ରଶ୍ନରେ ଉତ୍ତର ରଖିଛି ଶାସକ ଦଳ ବିଜେପି। ବିଜେପି କହିଛି, ପିସି କିଏ ଖାଉଥିଲା ? ଜିଲ୍ଲାପାଳ ମାନେ ଅସୁବିଧାରେ ଅଛନ୍ତି ବୋଲି କାହାକୁ ଫୋନ୍ କରି କହିଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଅବାଞ୍ଚନୀୟ ପ୍ରକଳ୍ପର ବିଲ କରିବାକୁ ଗୃହରେ ଅଲଗା କଥା କହୁଛି ବିଜେଡି । ଗତ ସରକାର ସମୟରେ 5-T ନାଁରେ ଓ ଆମ ଓଡ଼ିଶା ନବୀନ ଓଡିଶା ନାଁରେ ଅନେକ ପ୍ରକଳ୍ପରେ ଦୁର୍ନୀତି ହୋଇଛି । ବ୍ୟକ୍ତିଗତ ଘରକୁ ରାସ୍ତା କରାଯାଇଛି । ମୋହନ ସରକାରରେ ରାଜ୍ୟର ସ୍ବାର୍ଥ ପାଇଁ ଯାହା କରଣୀୟ ତାହା କରାଯାଉଛି। ବିଜେପି ବିଧାୟକ ମାନସ ଦତ୍ତ କିଛି ଏହିଭଳି ଉତ୍ତର ରଖି ବିଜେଡିକୁ ଟାର୍ଗେଟ କରିଥିଲେ।

Leave A Reply

Your email address will not be published.