thelifelinemedia
Latest Odisha News, Breaking News Today

ଦୁର୍ନୀତିଖୋର ଅଫିସରଙ୍କ ଉପରେ କଳାଧନ ଏସାଇଟିର ନଜର:ଜଷ୍ଟିସ ପଶାୟତ

ଭୁବନେଶ୍ୱର: ଭୁବନେଶ୍ୱରରେ କଳାଧନ ପାଇଁ ଗଠିତ SIT ଅଧ୍ୟକ୍ଷ ଅର୍ଜିତ ପଶାୟତ । ୨୮ତାରିଖରେ କଟକରେ ହେବାକୁ ଥିବା ବୈଠକରେ ଯୋଗଦେବେ ଅର୍ଜିତ। ଆଜି ଭୁବନେଶ୍ୱରରେ ପହଁଚିବା ପରେ ଜଷ୍ଟିସ ପଶାୟତ ଦେଇଛନ୍ତି ବଡ଼ ବୟାନ । ଓଡିଶାରେ ଧରା ପଡୁଥିବା ବଡ଼ ବଡ଼ ଦୁର୍ନୀତି ଖୋର ଅଫିସର ମାନେ ମଧ୍ୟ ତଦନ୍ତ କମିଟି ପରିସରକୁ ଆସିଛନ୍ତି । ଜଷ୍ଟିସ ପଶାୟତ କହିଛନ୍ତି , କମିଟିର ବୈଠକ କଟକରେ ୨୮ ତାରିଖ ହେବ। ୮ଟି ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି ନବମ ରିପୋର୍ଟ ନେଇ ବୈଠକ ହେବ ଓ ୧୫ ରୁ ୨୦ ଦିନ ମଧ୍ୟରେ ଦାଖଲ କରାଯିବ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ପଶୟତ କହିଛନ୍ତି ଓଡିଶାର ଦୁର୍ନୀତିଖୋର ମାନଙ୍କ ପାଇଁ ଇଡି ଓ ଆଇଟି ବିଭାଗ ରହିଛି । କମିଟି ମଧ୍ୟକୁ ମଧ୍ୟ ବଡ଼ ବଡ଼ ଦୁର୍ନୀତିଖୋର ଅଫିସର ଆସିଛନ୍ତି ବୋଲି କହିଛନ୍ତି । ସୂଚନା ମୁତାବକ ଏହି ବୈଠକ ୨୮ ତାରିଖ କଟକରେ ଦିନ ୧୧ଟାରେ ହେବ । ଯେଉଁଥିରେ ଜଷ୍ଟିସ ପଶାୟତ ଙ୍କ ସମେତ ED ନିର୍ଦ୍ଧେଶକ ଓ ଏସାଇଟି ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିବେ ।

 

 

Leave A Reply

Your email address will not be published.