କଂଗ୍ରେସ ଷ୍ଟିଅରିଙ୍ଗ କମିଟିକୁ ନେଇ ଗର୍ଜିଲେ ସୁର

ଭୁବନେଶ୍ୱର:କଂଗ୍ରେସର ଷ୍ଟିଅରିଙ୍ଗ କମିଟିକୁ ନେଇ ଗର୍ଜିଲେ
ବରିଷ୍ଠ ରାଜନେତା ସୁରେଶ ରାଉତରାୟ। କହିଛନ୍ତି ମୋତେ କଂଗ୍ରେସ ଅନ୍ୟାୟରେ ବାହାର କରି ଦିଆଯାଇଛି।ମୋ ପୁଅ ବିଜେଡିରୁ ଲଢ଼ିଲା ସେଥିରେ ମୋର ଭୂଲ କଣ। କଂଗ୍ରେସ ଭବନରେ ଏକାଠି ହୋଇ ରାଜୀବ ଜୟନ୍ତୀ ପାଳନ କରେ କିନ୍ତୁ ମୋତେ ଟିକେ ଡାକିଲେ ନାହିଁ।କଂଗ୍ରେସ କାହାର ପୈତୃକ ସମ୍ପତି ନୁହେଁ।ଯେଉଁମାନେ ୬୦ ବର୍ଷ ହେବ କଂଗ୍ରେସକୁ ବଂଚେଇ ରଖିଛନ୍ତି ସେମାନଙ୍କର ହେଉଛି କଂଗ୍ରେସ ଦଳ।ଅନ୍ୟାୟ ଭାବରେ କମିଟିରେ ବହୁତ ବଡ ନେତାଙ୍କୁ ସ୍ଥାନ ମିଳିନାହିଁ । ଯେଉଁମାନେ କଂଗ୍ରେସ ଅଫିସ ଆସନ୍ତି ନାହିଁ ସଭା ଏବଂ ଆନ୍ଦୋଳନରେ ଯୋଗ ଦିଅନ୍ତି ନାହିଁ ସେମାନଙ୍କୁ କମିଟିରେ ରଖାଯାଇଛି।ମୁଁ ଏଆଇସିସିଙ୍କୁ ଦେଖା କରିବାକୁ ଯିବି। ୨ ମାସ ସମୟ ଦେଉଛୁ।ତୁରନ୍ତ କମିଟିକୁ ପୁନର୍ବିଚାର କର। ଯୋଗ୍ୟ ନେତାଙ୍କୁ କମିଟିରେ ରଖିବା ପାଇଁ ପୁଣିଥରେ ବିଚାର କରାଯାଉ। ନଚେତ ରାଜ୍ୟ ରାଜନୀତିରେ ସାଙ୍ଘାତିକି ସ୍ଥିତି ଉପୁଜେଇବୁ ବୋଲି ବରିଷ୍ଠ ରାଜନେତା ସୁରେଶ ରାଉତରାୟ କହିଛନ୍ତି।