ବଢିଲା ପିଏମ ଆବାସ ଟଙ୍କା, ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା

ଭୁବନେଶ୍ୱର:ଏଣିକି ଅଧିକ ମିଳିବ ପିଏମ୍ ଆବାସ ଟଙ୍କା। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା। ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆ ଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ପାଣି, ଶୌଚାଳୟ, ବିଜୁଳି, ସବୁ ବ୍ୟବସ୍ଥା କରାଯିବ ।
ସେହିପରି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତଦ୍ଵୟ ଗୃହ ଯୋଜନା ଖୁବଶୀଘ୍ର ଲାଗୁହେବାକୁ ଯାଉଛି। କୌଣସି ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କରି ଦେଲା, ବିଭିନ୍ନ କାରଣରୁ ଘର ପୋଡ଼ିଯିବ ସେହି ସବୁ ଲୋକଙ୍କୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତଦ୍ଵୟ ଗୃହ ଯୋଜନା। ପୂର୍ବରୁ ଏହି ସବୁ କ୍ଷତି ଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଆମ ସରକାର ସେହି ସବୁ ଲୋକଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।