thelifelinemedia
Latest Odisha News, Breaking News Today

ଶ୍ୱେତାଙ୍କ ଆତ୍ମହତ୍ୟା ରହସ୍ୟ: ବୟଫ୍ରେଣ୍ଡ କହିଲେ, ବିବାହ କରିବାକୁ ଚାହୁଁନଥିବାରୁ ହୋଇଥିଲା ଝଗଡା

ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା କାହିଁକି ଆତ୍ମହତ୍ୟା କଲେ, ତାହା ରହସ୍ୟରେ ରହିଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ପରିବାର ଲୋକଙ୍କ ଅଭିଯୋଗ, ଶ୍ୱେତାଙ୍କ ଡାଏରୀ ଓ ଭାଇରାଲ ଅଡିଓକୁ ନେଇ ସୌମ୍ୟଜିତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ ସୌମ୍ୟଜିତଙ୍କୁ ୧୭ଟି ପ୍ରଶ୍ନ ପଚରାଯାଇଛି ।

ସୂଚନା ଅନୁସାରେ ସୌମ୍ୟଜିତ କହିଛନ୍ତି, ତାଙ୍କୁ ଜବରଦସ୍ତି ବିବାହ କରିବାକୁ ଚାହୁଁଥିଲେ ଶ୍ୱେତା । କିନ୍ତୁ ସେ ବିବାହ କରିବାକୁ ଚାହୁଁନଥିବାରୁ ତାଙ୍କ ସହ ଝଗଡା ହେଉଥିଲା । ଯେଉଁ ଅଡିଓଟି ଭାଇରାଲ ହେଉଛି ତାହା ବହୁ ପୁୁରୁଣା । ତେବେ ପଚରାଉଚରା ପରେ ସୌମ୍ୟଜିତଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି । ଆଉ ଆବଶ୍ୟକ ପଡିଲେ ପୁଣି ଥରେ ଡାକି ଜେରା କରିପାରେ ବୋଲି ସୂଚନା ମିଳିଛି । କିନ୍ତୁ ସୌମ୍ୟଜିତଙ୍କୁ ପଚରାଉଚୁରା ପରେ ପୋଲିସ ଛାଡି ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ୱେତାଙ୍କ ବାପା । ଆଉ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଶ୍ୱେତାଙ୍କ ଭାଇ କହିଛନ୍ତି ଭାଇରାଲ ହେଉଥିବା ଅଡିଓ ହିଁ ଦର୍ଶାଉଛି ସୌମ୍ୟଜିତ ଶ୍ୱେତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ । ଆଉ ଯେଉଁଥି ତାଙ୍କ ଭଉଣୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ସୌମ୍ୟଜିତ ଓ ତାଙ୍କ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ବଲପୁରସ୍ଥିତ ବାସଭବନ ନିକଟରେ ରହୁଥିବା ପଡୋଶୀ ।

Leave A Reply

Your email address will not be published.