thelifelinemedia
Latest Odisha News, Breaking News Today

ରେଙ୍ଗାଳି ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଆଜି ଅପରାହ୍ଣରେ ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ରେଙ୍ଗାଳି ଡ୍ୟାମର ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଡ୍ୟାମର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ମିଟର। ଆଜି ଅପରାହ୍ଣ ୪ଟା ସୁଦ୍ଧା ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୨.୮୮ ମିଟରରେ ପହଞ୍ଚିଥିଲା।

ଡ୍ୟାମ୍ର ଜଳଧାରଣ ସାରଣୀ ଅନୁସାରେ ଆଜ ଦିନରେ ଡ୍ୟାମର ଜଳସ୍ତର ୧୨୦.୭୦ ମିଟର ରହିବା ଦରକାର। ଫଳରେ ଡ୍ୟାମ କର୍ତୃପକ୍ଷ ଅପରାହ୍ଣ ୪ଟା ୩୦ରେ ଦ୍ଵିତୀୟ ଗେଟ ( ଗେଟ ନଂ-୯)କୁ ଖୋଲି ବନ୍ୟା ଜଳ ନିଷ୍କାସନ କରିଥିଲେ। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର୧୨୨.୮୮ମିଟର ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭୨୭.୬୧ ଘନମିଟର ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ପାୱାର ଚ୍ୟାନେଲ ଓ ଖୋଲା ଯାଇଥିବା ୨ଟି ଗେଟ୍ ଦେଇ ୩୬୩୮.୭୯ ଘନ ମିଟର ବନ୍ୟା ଜଳ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ ୧୯୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି।

Leave A Reply

Your email address will not be published.