ଏସସିବି ଦୁଷ୍କର୍ମ ଘଟଣା: ତଦନ୍ତ କରୁଛି ତିନି ଜଣିଆ କମିଟି

କଟକ:କଟକ ଏସସିବି ରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା।ଏସସିବିରେ ତିନି ଜଣିଆ କମିଟିର ତଦନ୍ତ ଆରମ୍ଭ ହୋଇଛି।DMET, ଯୁଗ୍ମ DMET ଏବଂ ଏସସିବି ଅଧିକ୍ଷକ ଙ୍କ ତଦନ୍ତ। ଗତକାଲି ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ଟିମ SCB ମେଡିକାଲ କଲେଜ ରେ ପହଁଚି ତଦନ୍ତ କରିବା ସହ ସୁପାରିଟେଣ୍ଡ ଓ SCB ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛି। ଘଟଣା ଯାହା ଘଟିଥିଲା ତାହା ଉପରେ ସୂଚନା ନେଇଛି ଏହି ଟିମ । ତଦନ୍ତ କମିଟିର ସୂଚନା ପରେ ତାଙ୍କୁ ସସପେଣ୍ଡ କରାଯିବ କି ନାହିଁ ସୂଚନା ଦିଆଯିବ । ପ୍ରିଲିମିନାରି ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବ । କାର୍ଡିଓଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ ଷ୍ଟାପଙ୍କୁ ପଚାର ଉଚରା କରାଯିବ । SOP ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ । ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବ ।ସୂଚନା ଦେଇଛନ୍ତି dmet ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର।
ମଙ୍ଗଳବାର କଟକ ଏସସିବିରେ ଜଣେ ଡାକ୍ତରଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ। ଦୁଇ ମହିଳା ରୋଗୀ ଏଭଳି ଅଭିଯୋଗ ଆଣିଥିଲେ। ଏ ନେଇ ମହିଳା ରୋଗୀଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ ଡାକ୍ତର ଠାକୁର ଦିଲବାଗ୍ ସିଂକୁ ଗିରଫ କରିଛି। ତେବେ ଘଟଣାର ତଦନ୍ତ କରିବାକୁ ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ଏଥିପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଆଜି ଏହି ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପରେ ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଏବଂ କିଭଳି ଘଟଣାର ପୁନରାବୃତ୍ତି ନହେବ, ସେ ନେଇ ପ୍ରୋଟକଲ ପ୍ରସ୍ତୁତ ହେବ।ଏପଟେ ମଧ୍ଯପ୍ରଦେଶରୁ ଓଡ଼ିଶା ଆସିଛନ୍ତି ଗିରଫ ଡାକ୍ତରଙ୍କ ପରିବାର । ଡାକ୍ତରଙ୍କ ପରିବାରର ଅଭିଯୋଗ ମାମଲାରେ ଟୁଇଷ୍ଟ ଆଣିଛି ।ଅଭିଯୁକ୍ତ ଡାକ୍ତରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତରଙ୍କୁ ଫସାଇ ଦିଆଯାଇଛି । ତିନି ବର୍ଷ ହେବ ଡାକ୍ତର ଦିଲବାଗ ସିଂ ଏସସିବିରେ ପଢୁଛନ୍ତି। ମିଛ ମାମଲାରେ ଫସାଇ ତାଙ୍କ କ୍ୟାରିୟରକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି ।