thelifelinemedia
Latest Odisha News, Breaking News Today

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜଧାନୀରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା। ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଘରେ ଘରେ ତ୍ରିରଙ୍ଗା ପଦ ଯାତ୍ରା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ପଦଯାତ୍ରାରେ ସ୍ଥାନୀୟ ବିଧାୟକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ଯ ଯୋଗ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଶାଳ ପଦଯାତ୍ରା ଆୟୋଜନ ହୋଇଛି। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଚଳିତ ମାସ ୯ ରୁ ୧୫ ତାରିଖ ଯାଏଁ ରାଜ୍ୟରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ସମସ୍ତେ ଘରେ ଘରେ ତ୍ରିରଙ୍ଗା ଉଡାଇ ଏଭଳି ଦିନର ବିଶେଷତାକୁ ଉପଲବ୍ଧ କରିବାକୁ ଅନୁରୋଧ କରିଛନ୍ତି ଓଡିଶାବାସୀ। ନିଜ ଘରେ ତ୍ରିରଙ୍ଗା ଉଡାଇ ସ୍ୱାଧୀନତା ସଂଗ୍ରାମୀ ବଳିଦାନର କଥାକୁ ମନେ ପକାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave A Reply

Your email address will not be published.