ଓଡ଼ିଶାରେ NH ପାଇଁ ମେଗା ପ୍ଲାନ.. ବଦଳିବ ଓଡିଶା ଜାତୀୟ ରାଜପଥର ରୂପରେଖ

ନୂଆଦିଲ୍ଲୀ: ଓଡିଶାରେ ଜାତୀୟ ରାଜପଥ ନେଇ ମେଗା ପ୍ଲାନ। ନୂଆଦିଲ୍ଲୀର ଭାରତମଣ୍ଡପମ ବୈଠକରେ ଓଡ଼ିଆ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀଙ୍କ ସହ ଜାତୀୟ ରାଜପଥର ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଶ୍ୱାସନା ଦେଇଛନ୍ତି ଯେ ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯିବ ଏବଂ ଜମି ଅଧିଗ୍ରହଣ ଭଳି ସମସ୍ୟା ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଶୀଘ୍ର ସମାଧାନ ହେବ।
ଭୁବନେଶ୍ୱର – ପୁରୀ ଦୀର୍ଘ ୬୦ କିମି ସର୍ଭିସ୍ ରୋଡ୍ ସହିତ ୬ ଲେନ୍ ଯାହାର ଆନୁମାନିକ ମୂଲ୍ୟ ୧୮୦୦ କୋଟି ଟଙ୍କା ରଖାଯାଇଛି। ସେହିପରି ଚଣ୍ଡିଖୋଲ – ବଡ଼ବିଲ ଦୀର୍ଘ ୨୦୦ କିମି ରାସ୍ତା ପାଇଁ ଆନୁମାନିକ ମୂଲ୍ୟ ୧୦୦୦୦ କୋଟି ଟଙ୍କା ପ୍ଲାନିଂ ରଖାଯାଇଛି।ଖୋର୍ଦ୍ଧା-ନୟାଗଡ଼ (NH-57) ଦୀର୍ଘ ୫୪ କିମି ଆନୁମାନିକ ମୂଲ୍ୟ ୧୧୦୦ କୋଟି ଟଙ୍କା ରଖାଯାଇଛି। ବୈଠକରେ ମୋଟ ୨୧,୬୫୦ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଲୋଚନା ହୋଇଛି।