thelifelinemedia
Latest Odisha News, Breaking News Today

ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ

କଟକ: କଟକ ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ । ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୨ ବର୍ଷ ହେଲା କାର୍ଡିଓଲୋଜୀ ବିଭାଗରେ ଥିଲେ ଡାକ୍ତର । ମହିଳାଙ୍କୁ ନିର୍ଯାତନା, ଦୁଷ୍କର୍ମକୁ ନେଇ ସାରା ଦେଶରେ ଏବେ ବିକ୍ଷୋଭ ପ୍ରତିବାଦ କରାଯାଉଥିବାବେଳେ ଆମ ରାଜ୍ୟରେ ସେମିତି ଏକ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। କଟକ ବଡମେଡିକାଲ। ଚିକିତ୍ସା ପାଇଁ ଯେଉଁଠିକୁ ପ୍ରତିଦିନ ହଜାର ହଜାର ଲୋକ ବିଶ୍ବାସର ସହ ଧାଇଁ ଆସନ୍ତି, ସେହି ହସ୍ପିଟାଲରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଚିକିତ୍ସା ପାଇଁ ଆସିଥିବା ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ସେପଟେ, ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି।

Leave A Reply

Your email address will not be published.