ଅନୁପ୍ରବେଶକାରୀଙ୍କ ଉପରେ ସରକାରଙ୍କ ଆଖି:ଆଇନ ମନ୍ତ୍ରୀ

ଭୁବନେଶ୍ୱର:ଓଡିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି
ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କ ଉପରେ ସରକାରଙ୍କ ଆଖି ରହିଛି। ଖୁବ ଶୀଘ୍ର ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର। ପରିଚୟ ନଥିଲେ ପ୍ରତ୍ୟାବର୍ତ୍ତନ କରିବେ ସରକାର।
ଅନୁପ୍ରବେଶକାରୀ ଗୋଟିଏ ବଡ଼ ଚିନ୍ତା , ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ CAA ଅନ୍ତର୍ଭୁକ୍ତ। କିନ୍ତୁ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁସରଣ କରିବା ଉଦ୍ଧେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ ଓ କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି । ବର୍ତ୍ତମାନ କୋଷ୍ଟଗାର୍ଡ , ସୀମା ସୁରକ୍ଷା ବାହିନୀ କଡ଼ା କଡ଼ି ନଜର ରଖିଛନ୍ତି ଏଣୁ ଏବେ ଶେଷବୁ ହେବ ନାହିଁ କିନ୍ତୁ ପଶ୍ଚିମବଙ୍ଗ ଦେଇ ଯେଉଁମାନେ ଓଡିଶା ପ୍ରବେଶ କରିଛନ୍ତି ବିଭିନ୍ନ ସମୟ କାର୍ଯ୍ୟରେ ଲିପ୍ତ ଅଛନ୍ତି ଓଡିଶା ଭିତରେ କାର୍ଯ୍ୟ କରୁଛନ୍ତି। ସରକାର ଏନେଇ ସଜାଗ ଅଛନ୍ତି ଓ ସେମାନଙ୍କର ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା ଯାହା କରିବା କଥା ବହୁତ ଶୀଘ୍ର କରାଯିବ। ଯେଉଁମାନଙ୍କର ପରିଚୟ ନାହିଁ ଯେଉଁମାନେ ଭାରତ ର ନାଗରିକ ନୁହନ୍ତି ଏବଂ ଅନୁପ୍ରବେଶ କରି ଆସିଛନ୍ତି ଯେଉଁ ଦେଶ ହୁଅନ୍ତୁ ତାଙ୍କୁ ପ୍ରତ୍ୟାର୍ପଣ କରାଯିବ। ସରକାର ଏନେଇ ସଚେତନ ଅଛନ୍ତି , ବହୁତ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।