ଦକ୍ଷିଣ-ପଶ୍ଚିମ ଚୀନ୍ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ
ଚୋଙ୍ଗକିଙ୍ଗ: ଦକ୍ଷୀଣ-ପଶ୍ଚିମ ଚୀନ୍ରେ ଗ୍ରୀଷ୍ମ ଏବେ ତାର ରୌଦ୍ର ରୂପ ଦେଖାଉଛି। ଫଳରେ ଜଳ ଉତ୍ସ ସବୁ ସୁଖି ମରୁଡି ଭଳି ପରିସ୍ଥିତି ଉପୁଜିଥିବା ବେଳେ ସୁଖିଲା ଘାଷରେ ନିଆଁ ଲାଗି ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ଜନବସତୀ ଆଖପାଖ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୧୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ଅତ୍ୟଧିକ ଗ୍ରୀଷ୍ମରେ ବିଦ୍ୟୁତ ଚାହିଦା ବଢୁଥିବା ବେଳେ ବିଦ୍ୟୁତ କାଟ ଅବଧି ସମ୍ପ୍ରସାରଣ ଲୋକଙ୍କ ଜୀବନ ଦୁର୍ବିସହ କରିଛି।
ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିସିଟିଭି ଖବର ଅନୁସାରେ ବିଦ୍ୟୁତ ଚାହିଦା ହ୍ରାସ କରିବାକୁ ଚୋଙ୍ଗକିଙ୍ଗ ମହାନଗରର କିଛି ମଲ ବନ୍ଦ କରିଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରେ ଜଳ ଉତ୍ସ ସୁଖିବା ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ଦକ୍ଷିଣ-ପଶ୍ଚିମ ଚୀନ୍ର ପ୍ରମୁଖ ନଦୀ ୟାଙ୍ଗତଜେର ଜଳସ୍ତର ହ୍ରାସ ଯୋଗୁ ଜଳମାର୍ଗରେ ଯାତାୟାତ ପ୍ରଭାବିତ ହୋଇଛି। ଏହା ଛଡା ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଣି ସୁଖିବା ସହ ଉତ୍ପାଦନ ମଧ୍ୟ ହ୍ରାସ ହୋଇଛି।