thelifelinemedia
Latest Odisha News, Breaking News Today

ଆଇସିୟୁରେ ପଶି ରାଜୁ ଶ୍ରୀବାସ୍ତବଙ୍କ ସହ ସେଲଫି ଉଠାଇଲା ଅଜଣା ବ୍ୟକ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଲୋକପ୍ରିୟ ବ୍ୟଙ୍ଗ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଜଣେ ଅଜଣା ବ୍ୟକ୍ତିଙ୍କ କାରନାମା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ବ୍ୟକ୍ତି ଆଇସିୟୁ ଭିତରେ ପ୍ରବେଶ କରି ତାଙ୍କ ସହ ନିଜ ମୋବାଇଲରେ ସେଲଫି ଉଠାଇ ଥିଲା ।

ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତି ଜଣେ ଡାକ୍ତରଙ୍କ ପରି ଏକ ଧଳା କୋଟ ପିନ୍ଧି ଆଇସିୟୁରେ ପ୍ରବେଶ କରିଥିଲା ଓ ଭେଣ୍ଟିଲେଟରରେ ଥିବା ରାଜୁଙ୍କ ସହ ସେଲଫି ଉଠାଇଥିଲା ।

ସେ ସେଲଫି ଉଠାଉଥିବାବେଳେ ହସପିଟାଲର କର୍ମଚାରୀମାନେ ତାଙ୍କୁ ଧରି ସୁରକ୍ଷାକର୍ମୀଙ୍କୁ ଦେଇଥିଲେ । ହସପିଟାଲର ସୁରକ୍ଷା କର୍ମୀମାନେ ସଂପୃକ୍ତ ବ୍ୟକ୍ତିକୁ ପଚରାଉଚୁରା କରୁଛନ୍ତି ।

Leave A Reply

Your email address will not be published.