thelifelinemedia
Latest Odisha News, Breaking News Today

ବରିଷ୍ଠ ସାମ୍ବାଦିକ ଡ. ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ତା.୦୨/୦୮: ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ.ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ନିମୋନିଆ ପରେ ଫୁସ୍‌ପୁସ୍ ଗୁରୁତର ହେବା ଯୋଗୁଁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ମହାପାତ୍ର ସକ୍ରିୟ ରହିବା ସହ ଅନେକ ପୁସ୍ତକ ରଚନା କରିଥିଲେ ।

ସ୍ୱର୍ଗତଃ ମହାପାତ୍ରଙ୍କ ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି ।

 

Leave A Reply

Your email address will not be published.