ସୃଷ୍ଟି ହେଲା ଲଘୁଚାପ..୨୪ ଘଣ୍ଟାରେ ଅବପାତ

ଭୁବନେଶ୍ୱର:ସୃଷ୍ଟି ହେଲା ଲଘୁଚାପ।୨୪ ଘଣ୍ଟାରେ ନେବ ଅବପାତର ରୂପ। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଦକ୍ଷିଣ ବାଂଲାଦେଶ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଉପରେ ଲଘୁଚାପ ରହିଥିଵା ବେଳେ ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟାରେ ନେବ ଅବପାତର ରୂପ। ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି। କିନ୍ତୁ ଲଘୁଚାପ କ୍ଷେତ୍ର ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଏବଂ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ରାଜ୍ୟ ଠାରୁ ଦୁରେଇ ଯାଉଥିବାରୁ , ରାଜ୍ୟରେ ଆସନ୍ତା କାଲିଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି। ଦୁଇ ଦିନ ବିରତି ପରେ ପୁଣି ୬ ପରଠାରୁ ବଢିବ ବର୍ଷା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ଓଡ଼ିଶାରେ ବର୍ଷା ର ପ୍ରଭାବ କମ ଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଲଘୁଚାପ ସକ୍ରିୟ ଥିବାରୁ ଛତିଶଗଡ଼ ଉପରେ ବର୍ଷାର ପ୍ରଭାବ ରହିବ। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଫଳରେ ଫୁଲିବ ମହାନଦୀ । ତେବେ ଲଘୁଚାପ ସହ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଛି। ଫଳରେ ଆଗାମୀ ୨୪ ଘଣ୍ଟାରେ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର, କେନ୍ଦୁଝର ରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ରେ ବର୍ଷା ରହିବ। ୪ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ରୁ କମିବ ବର୍ଷା। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଂଚଳରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ରହିବା ସହ ୬ ତାରିଖ ଯାଏ ନାହିଁ କୌଣସି ସତର୍କ ସୂଚନା । ପରେ ୬ ରୁ ପୁଣି ବଢିବ ବର୍ଷା।ଗତ ୨୪ ଘଂଟାରେ ସାରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩ ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡର ଲହୁଣୀପଡ଼ା ରେ ସର୍ବାଧିକ ୯୦.୦୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୨୦.୨ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି।