ମୟୂରଭଞ୍ଜ ବାସୀଙ୍କୁ ଧୋକା ଦେଇଛନ୍ତି ମମତା:ବିଜେଡି

ଭୁବନେଶ୍ୱର:ମମତା ମହନ୍ତ ମୟୁରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି। ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା ଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ମମତା ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କହିଛି।ବିଜେଡି ଅତୀତରେ ଅନେକ ମହିଳାଙ୍କ ସାମର୍ଥ୍ୟ ନେଇ ସେମାନଙ୍କୁ ସୁଯୋଗ ଦେଇଛି। କୁଡୁମି ସମାଜ ର ଅଭିବୃଦ୍ଧି ପାଇଁ ନବୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି। ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭିତ୍ତିହିନ। ମୟୂରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଛନ୍ତି। ମୟୂରଭଞ୍ଜ ବାସୀ ଏହାର ଜବାବ ଦେବେ । ଏହା ପଛରେ ରାଷ୍ଟ୍ରୀୟ ଦଳର ଷଡ଼ଯନ୍ତ୍ର ରହିଛି। ଜିଲ୍ଲା ପରିଷଦର ସଭ୍ୟା ପଦରୁ ତାଙ୍କୁ ରାଜ୍ୟସଭା ପଠା ଯାଇଥିଲା। ବିଜେପିର ପ୍ରଲୋଭନ ରେ ସେ ପ୍ରଲୋଭିତ ହୋଇଗଲେ ଏବଂ ବ୍ୟକ୍ତିଗତ ସ୍ବାର୍ଥ ଦୃଷ୍ଟିରୁ ଏପରି କରିଛନ୍ତି।ଯଦି ସେ ସମାଜ ର ମଙ୍ଗଳ ଚାହୁଁଥିଲେ। ସେ ଦଳରୁ ଇସ୍ତଫା ଦେଇଥାନ୍ତେ । କିନ୍ତୁ ସେ ଗୋଟିଏ ସିଟ ପ୍ରତିଦ୍ବନ୍ଦୀ ଜାତୀୟ ଦଳକୁ ଦେଇଦେଲେ। ବିଶ୍ୱଶ୍ୱର୍ ଟୁଡୁ ପରି ନେତା ଯଦି ଭାବୁଛନ୍ତି ତାଙ୍କ ସୁଯୋଗ ମିଳିବ ସେ ବି ଭାବିରଖନ୍ତୁ ତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯିବ । ଅନ୍ୟ ରାଜ୍ୟରେ ମଧ୍ୟ ରାଷ୍ଟ୍ରୀୟ ଦଳ ଏମିତି କରିଛି। ଏଠି ବି ସେୟା କରୁଛନ୍ତି ତାହା ବିନାଶ ଆଡ଼କୁ ଯାଉଛି ବୋଲି ବିଜେଡି କହିଛି।