thelifelinemedia
Latest Odisha News, Breaking News Today

ପରଲୋକରେ ଗ୍ରେଟ ୱାଲ

ବ୍ୟୁରୋ:ଆଉ ନାହାନ୍ତି ଭାରତୀୟ କ୍ରିକେଟ୍‌ର ‘ଗ୍ରେଟ୍‌ ୱାଲ୍‌’ ଅଂଶୁମାନ ଗାଏକ୍ବାଡ। ଚିରଦିନ ପାଇଁ ଆଖି ବୁଝିଛନ୍ତି। ରକ୍ତ କର୍କଟରେ ପୀଡ଼ିତ ହୋଇ ବହୁ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ ଶଯ୍ୟାରେ ସଂଘର୍ଷ କରିବା ପରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ କ୍ରୀଡା ଜଗତରେ ଶୋକର ଛାୟା ଖେଳି ଯାଇଛି। ସବୁ ମହଲରେ ଅଂଶୁମାନଙ୍କୁ ଝୁରୁଛନ୍ତି ସମସ୍ତେ।

ମୃତ୍ୟୁବେଳକୁ ଅଂଶୁମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ନିକଟରେ ଅଧିକ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ। ସେଠାରେ ଏକମାସ ଧରି ଚିକିତ୍ସା ହେବାପରେ ଘରୋଇ ସହର ବରୋଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତୀୟ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ମଧ୍ୟ ଗାଏକୱାଡଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇ ତୁରନ୍ତ ଏକ କୋଟି ଟଙ୍କା ଚଳିତ ମାସ ପ୍ରାରମ୍ଭରେ ପ୍ରଦାନ କରିଥିଲା। ୧୯୭୫ରେ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସିଥିବାବେଳେ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ ଖେଳି ଗାଏକୱାଡ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତୀୟ ଦଳ ପକ୍ଷରୁ ସେ ୧୨ ବର୍ଷ ଧରି ପ୍ରତିନିଧିତ୍ୱ କରି ୪୦ ଟେଷ୍ଟ ଓ ୧୫ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟରେ ସେ ଗୋଟିଏ ଦ୍ୱିଶତକ, ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୧୯୮୫ ରନ କରିଥିଲେ। ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା । ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା। ତାଙ୍କ ପରଲୋକରେ ବିସିସିଆଇ ସହିତ କ୍ରୀଡ଼ା ଦୁନିଆର ଅନେକ ପ୍ରଶଂସକ ତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି।

Leave A Reply

Your email address will not be published.