ଚାକିରୀ ଦେବ କହି ଲୋକଙ୍କୁ ଲୁଟୁଥିଲା, ଏବେ ବନ୍ଧା ହେଲା

ଭୁବନେଶ୍ୱର:ଚାକିରି ଲୋଭ ଦେଖାଇଲେ ଲୋକଙ୍କ ଠାରୁ ଲୁଟୁଥିଲେ ପୁଳାପୁଳା ଟଙ୍କା। ଚାକିରୀ ଦେବା ନାଁରେ ବେକାର ଯୁବକ ଯୁବତୀଙ୍କୁ ଠକି ବନ୍ଧା ହୋଇଛି ଅଭିଯୁକ୍ତ ରଂଜିତ ପଟ୍ଟନାୟକ। ଚାକିରୀ ସନ୍ଧାନରେ ଥିବା ବେକାରୀ ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ରଂଜିତ। ସେମାଙ୍କୁ ଚାକିରୀ ଦେବାର ପ୍ରଲୋଭିତ କରୁଥିଲା। ଟଙ୍କା ଦେଲେ ଚାକିରୀ କରାଇଦେବାର ପ୍ରତିଶୃତି ଦେଉଥିଲା ବିଭିନ୍ନ ସିକ୍ୟୁରିଟ ସଂସ୍ଥାରେ ଚାକିରି ଦେବା ପାଇଁ ବେକାର ଯୁବକ ଯୁବତୀଙ୍କୁ ପ୍ରଲୋଭିତ କରି ଟଙ୍କା ନେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ରଞ୍ଜିତ ପଟନାୟକକୁ ଆଜି ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ବିଭିନ୍ନ ସଂସ୍ଥାରେ ଚାକିରି ଦେବା ପାଇଁ କହି ଫେକ ନିଯୁକ୍ତି ପତ୍ର ଦେଇ ଠକୁଥିଲା।ଏହି ଘଟଣାରେ ଜ୍ୟୋତି ପ୍ରକାଶ ଦଣ୍ଡସେନା ଥାନରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ୧୦-୧୨ ଜଣ ଯୁବକ ଯୁବତୀଙ୍କୁ ଠକି ଥିବା ଜଣାପଡିଛି। ମହାରାଜା ସିକ୍ୟୁରୀଟି ଏଜେନ୍ସୀରେ କ୍ଳର୍କ ଓ ପିଅନ ଚାକିରୀ କରାଇଦେବାକୁ କହି ଠକେଇ କରୁଥିଲା। ୧୨ଜଣଙ୍କ ଠାରୁ ୨ଲକ୍ଷ ୮୦ହଜାର ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ ।ଠକେଇ ଘଟଣାର ଚ୍ଛାନବିନ କରି ଅଭିଯୁକ୍ତ ରଂଜିତକୁ ଏବେ ପୋଲିସ ଗିରଫ କରିଛି।