କଟକ ଦହିବରାକୁ ଜିଆଇ ଟ୍ୟାଗ !

କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ। କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ। ଏହାର୍ ସ୍ଵାଦ ମଧ୍ଯ କାହାକୁ ଅଜଣା ଅଛପା ନୁହେଁ। ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ ନେବା ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ସରକାର ଏ ପ୍ରସଙ୍ଗରେ ନେଇଥିବା ପଦକ୍ଷେପ ଉପରେ ବିଧାୟିକା ମଧ୍ଯ ସନ୍ତୋଷ ବ୍ୟକ୍ତ କରିଛନ୍ତି।
କଟକ ଦହିବରାର ଚାହିଦା ରହିଛି। କଟକକୁ ଆଉ ଏକ ପରିଚୟ ଦେଇଛି ଦହିବରା। ତେଣୁ ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିଲେ ଏହାର ଆହୁରି ପ୍ରଚାର ପ୍ରସାର ହେବ। ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଦହିବରାକୁ ନେଇ ବ୍ୟବସାୟ ବଢିବ। ତେଣୁ ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା।