ସିଲଭର ସ୍କ୍ରିନ୍ରେ ପୁଣି ଏକାଠି ରୋମାନ୍ସ କରିବେ ସିଦ୍ଧାର୍ଥ-କିଆର

ନୂଆଦିଲ୍ଲୀ ୨୧।୦୮: ଫିଲ୍ମ ଶେରଶାହରେ ସୁପରହିଟ୍ ଯୋଡି ସିଦ୍ଧାର୍ଥ ଓ କିଆରା । ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣି ନେଇଛି। କେବଳ ରିଲ୍ ନୁହେଁ ରିଅଲ୍ ଲାଇଫ୍ରେ ବି ତାଙ୍କ ଯୋଡିକୁ ଭରପୂର ଭଲପାଇବା ମିଳିଛି। ଏବେ ସେମାନେ ବଲିଉଡ୍ର ମୋଷ୍ଟ ଆଡରେବଲ୍ କପଲ୍। ଲଗାତାର ବ୍ରେକ୍ଅପ୍ର ଖବର ଫ୍ୟାନ୍ସଙ୍କୁ କଷ୍ଟ ଦେଉଥିବାବେଳେ କରଣ ଜୋହରଙ୍କ ଟକ୍ ଶୋ’ ରେ ତାଙ୍କ ସମ୍ପର୍କକୁ ନେଇ ଭଲ ଖବର ମିଳିଛି। କଫି ଓ୍ବିଥ୍ କରଣରେ ଏକ ପ୍ରକାର ସ୍ପଷ୍ଟୀକରଣ ମିଳିଛି ଯେ ସିଦ୍ଧାର୍ଥ ଓ କିଆରା ଏବେ ମଧ୍ୟ ରିଲେଶନ୍ସିପ୍ରେ ଅଛନ୍ତି। ଖାଲି ସେତିକି ନୁହେଁ, ଶେରଶାହର ସଫଳତା ପରେ ଖୁବ୍ଶୀଘ୍ର ଏହି ଯୋଡିକୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ।