thelifelinemedia
Latest Odisha News, Breaking News Today

ବଡ଼ ଧରଣର ଡକାୟତି ପାଇଁ ଚାଲିଥିଲା ଯୋଜନା

ଉଦଳା,୨୧।୦୮:  ବଡ଼ ଧରଣର ଡକାୟତି କରିବା ପାଇଁ ଚାଲିଥିଲା ଯୋଜନା । ହେଲେ ଖବର ପାଇ ଚଢ଼ାଉ କରିଲା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ୪ ଆନ୍ତଃଜିଲ୍ଲା ଡକାୟତ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର ଡକାୟତି ନିମନ୍ତେ ଯୋଜନା କରୁଥିଲେ । ଏହି ସମୟରେ ଉଦଳା ପୋଲିସ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଚାରି ଜଣ ଡକାୟତକୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.