thelifelinemedia
Latest Odisha News, Breaking News Today

ଆଜି ରସଗୋଲା ଦିବସ

ବ୍ୟୁରୋ:ଆଜି ହେଉଛି ରସଗୋଲା ଦିବସ।ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ପାଳନ ହେଉଛି ଏହି ରସଗୋଲା ଦିବସ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ରହିଛି ଏହି ରସଗୋଲା । ନୀଳାଦ୍ରି ବିଜେରେ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି।ଓଡିଶାର ମିଠା ଗୁଡିକ ଭିତରେ ରସଗୋଲା କେତେ ଗୁରୁତ୍ୱ ବହନ କରେ ତାହା କାହାକୁ ଅଛପା ନାହିଁ ପ୍ରତିବର୍ଷ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳନ କରାଯାଇଥାଏ। ସାରା ବିଶ୍ୱରେ ରସଗୋଲାର ମହତ୍ୱକୁ ବଢ଼ାଇବା ଲାଗି ବା ପରିଚିତ କରାଇବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ୨୦୧୫ ଜୁଲାଇ ୩୦ତାରିଖ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା,ଏହା ପ୍ରଥମେ ସୋସିଆଲ ମିଡ଼ିଆ ପ୍ରଚାର ରୁ ଆରମ୍ଭ ହୋଇଥିଲା,ଏହା ପରେ ୧୭ଜୁଲାଇ ୨୦୧୬ଠାରୁ ଏହି ଦିବସ ପାଳନ ହେଉଛି, ରସଗୋଲା କୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା, ପଶ୍ଚିମବଙ୍ଗ ରସଗୋଲା ତାଙ୍କର ବୋଲି ଦାବି କରିଥିଲା। ୧୮୬୮ ମସିହାରେ କଲିକତାରେ ନବିନ ଚନ୍ଦ୍ର ଦାସ ପ୍ରଥମେ ରସଗୁଲା ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ,ତେବେ ୨୦୧୯ମସିହା ଜୁଲାଇ ମାସ ୨୯ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା।

ରଥ ଯାତ୍ରାରେ ମହା ପ୍ରଭୂ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଭାଇ ଭଉଣୀ ଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି ଯାହାକୁ ନେଇ ମା ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ଆଉ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ। ଓଡିଶାର ପ୍ରସିଦ୍ଧ ରସଗୋଲା ମଧ୍ୟରେ ରହିଛି ପାହାଳ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଯାହାକି ଦେଶ ବିଦେଶରେ ବେଶ ପରିଚିତ, ଦ୍ୱାଦଶ ଶତାଦ୍ଦିରୁ ଶ୍ରୀ ମନ୍ଦିରରେ ରସଗୋଲା ଭୋଗ ହେଉଥିବା ପରମ୍ପରା ରହି ଆସିଛି ବୋଲି ଗବେଷକ ଓ ଐତିହାସିକ ଓ ଗବେଷକ ମାନେ ମତ ଦିଅନ୍ତି।

Leave A Reply

Your email address will not be published.