thelifelinemedia
Latest Odisha News, Breaking News Today

ମାଛ ତରକାରୀ ନ ଦେବାରୁ ମାଆର ଜୀବନ ନେଲା ପୁଅ

ସିମୁଳିଆ: ମାଆକୁ ହତ୍ୟା କଲା ପୁଅ। ମାଛ ତରକାରୀ ନ ଦେବାରୁ ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ। ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା ଖବର ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣା ଘଟିଥିଲା ଏମିତି, ତାଳପଦା ଗାଁର ଅରୁଣ ମହାନ୍ତି ଗତକାଲି ରାତିରେ ମା’ ଆରତୀ ମହାନ୍ତିଙ୍କୁ ଖାଇବାକୁ ମାଗିଥିଲେ। ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। କିନ୍ତୁ ସେତେବେଳେକୁ ସବୁ କିଛି ସରି ଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୁଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଅଭିଯୁକ୍ତ ପୁଅ ଅରୁଣ ଜଣେ ନିଶାଡି ସବୁବେଳେ ସେ ନିଶା ସେବନ କରି ଘରେ ପାଟିତୁଣ୍ଡ କରେ। ମାଆ ଓ ପରିବାର ଲୋକଙ୍କୁ ବାଡ଼ିଆପିଟା କରନ୍ତି।

Leave A Reply

Your email address will not be published.