thelifelinemedia
Latest Odisha News, Breaking News Today

ଆଜି ଝଟକିବେ ମହାବାହୁ.. ମହାପ୍ରଭୁଙ୍କ ସୁନାବେଶ

ପୁରୀ:ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ଜନ ସମୁଦ୍ର ପାଲଟିବ ବଡ ଦାଣ୍ଡ। ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର (ଚାଙ୍ଗଡ଼ା ଘର)ରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ।

ସୁନାବେଶରେ ଶ୍ରୀକ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ରଥାରୁଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ବାରଣ କରାଯାଇଛି ।ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ନନ୍ଦିଘୋଷ ରଥ ପାର୍ଶ୍ବ ଦେଇ ୱାନ ୱେରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ତାଳଧ୍ବଜ ରଥ କଡ଼େ କଡ଼େ ଫେରିବା ଲାଗି ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀରେ ମୋଟ୍ ୧୯୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳାରେ ସୁନାବେଶ ଦର୍ଶନ ସମ୍ପାଦିତ କରିବା ପାଇଁ ପ୍ରଶାସନ ଏକଦମ ପ୍ରସ୍ତୁତ ରହିଛି।

Leave A Reply

Your email address will not be published.