thelifelinemedia
Latest Odisha News, Breaking News Today

ଟ୍ରମ୍ପଙ୍କ ଡାହାଣ କାନରେ ବ୍ୟାଣ୍ଡେଜ୍… ହତ୍ୟା ଉଦ୍ୟମ ଘଟଣା ପରେ ପ୍ରଥମଥର ସାମ୍ନାକୁ ଆସିଲେ ଟ୍ରମ୍ପ

ୱାସିଂଟନ: ଡାହାଣ କାନରେ ବ୍ୟାଣ୍ଡେଜ୍ କରି ପ୍ରଥମ ଥର ପାଇଁ ସର୍ବ ସାଧାରଣ ସମ୍ମୁଖକୁ ଆସିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହତ୍ୟା ଉଦ୍ୟମ ଘଟଣା ପରେ ପ୍ରଥମ ଥର ସେ ସାମ୍ନାକୁ ଆସିଛନ୍ତି।

ହତ୍ୟା ଉଦ୍ୟମ ମୁଖରୁ ବର୍ତ୍ତିବାର ଦୁଇ ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ନ୍ୟାସନାଲ କନକ୍ଲେଭ୍ର ଉଦଘାଟନୀ ରାତିରେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ୍ କରି ପ୍ରଥମ ଥର ପାଇଁ ସର୍ବ ସାଧାରଣ ସମ୍ମୁଖକୁ ଆସିଛନ୍ତି। ତାଙ୍କୁ ହତ୍ୟା ଉଦ୍ୟମ ବେଳେ ତାଙ୍କ କାନରେ ଗୁଳି ବାଜିଥିଲା। ଏବେ ଟ୍ରମ୍ପ୍‌ଙ୍କ ଡାହଣ ପକ୍ଷ କାନ ବ୍ୟାଣ୍ଡେଜ୍‌ ହୋଇଥିବା ଦେଖିବାକୁ ମିଳିଛି।

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଘଟଣାକୁ ସାରା ବିଶ୍ୱ ନିନ୍ଦା କରିଛି। ପେନସିଲଭାନିଆରେ ଏକ ନିର୍ବାଚନୀ ରାଲିରେ ଟ୍ରମ୍ପ ସମ୍ବୋଧନ କରୁଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥଲା। ଏଥିରେ ସେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଗୁଳି ତାଙ୍କ କାନ ଘଷି ହୋଇ ପଳାଇଥିଲା।ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ। ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି।ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି।

Leave A Reply

Your email address will not be published.