ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ: ୪ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯେଉଁଥିରେ ୪ଯବାନ ସହିଦ ହୋଇଛନ୍ତି।ଜଣେ ସେନା ଅଧିକାରୀ ସମେତ ୪ଯବାନ ସହିଦ ହୋଇଥିବା ଜଣାପଡିଛି।ଗତକାଲି ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୫ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ତେବେ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ଜଣ ସହିଦ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆ ଯାଇଛି ।
ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଗତକାଲିଠାରୁ ଜମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଚାଲିଥିଲା। ତେବେ ଏହି ଘଟଣାରେ ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀଙ୍କ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ କିଛି ଦିନ ଧରି ଜାମ୍ମୁ କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରି ଆସୁଛନ୍ତି ଆତଙ୍କବାଦୀ। ନିଜ ଉପସ୍ଥିତି ଜାହିର କରି ଆସୁଛନ୍ତି। ନିୟମିତ ବ୍ୟବଧାନରେ ଆତଙ୍କବାଦୀ ମାନେ କିଛି ନା କିଛି କାଣ୍ଡ ଘଟାଉଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି। ସେନା ପକ୍ଷରୁ ସର୍ଚ୍ଚ ଅପେରସନ ଚାଲିଛି। କିଛି ଆତଙ୍କବାଦୀଙ୍କୁ ସେନା ନିପାତ କରି ସାରିଲାଣି। ଆଉ କିଛି ଲୁଚି ରହିଛନ୍ତି। ସେମାନଙ୍କୁ ନିପାତ କରିବା ପାଇଁ ସେନା ନିୟମିତ ଭାବେ ଜାମ୍ମୁ କାଶ୍ମୀରର ବିଭିନ୍ନ ଜାଗାରେ ସର୍ଚ୍ଚ ଅପରେସନ ଚଳାଇଛି।