thelifelinemedia
Latest Odisha News, Breaking News Today

କାମକୁ ଫେରିଲେ ହିନା ଖାନ.. କେମୋଥେରାପି ପରେ ଆରମ୍ଭ କଲେ କାମ

ବ୍ୟୁରୋ:କର୍କଟ ରୋଗରେ ପୀଡିତ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ କାମକୁ ଫେରିଛନ୍ତି। କର୍କଟ ଚିକିତ୍ସା ଚାଲିଥିବା ସମୟରେ ସେ କିମୋଥେରାପିର ଏକ ରାଉଣ୍ଡ ଶେଷ କରିଛନ୍ତି।କେମୋଥେରାପି ସମୟରେ ଅନେକ ଜଟିଳ ସ୍ଥିତି ଦେଇ ଗତି କରିଥିଲେ ହିନା। କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତି ସହ ସେ ଖାପ ଖୁଆଇ ଆଗକୁ ବଢିଥିଲେ।ବିଲକୁଲ ହିନା ହାର ମାନି ନଥିଲେ। ସେ ନିଜ ଉପରେ ଆତ୍ମବିଶ୍ବାସ ରଖିଥିଲେ ଓ ରଖିଛନ୍ତି ମଧ୍ୟ। ଏବେ ସେ କାମକୁ ଫେରିଛନ୍ତି। ଏକ ଫୋଟୋ ସେୟାର କରି ନିଜ ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି ହିନା ଖାନ।

ସାଧାରଣତଃ ଲୋକମାନେ ଶରୀରରେ କୌଣସି ସମସ୍ୟା ଦେଖାଗଲେ ଭାଙ୍ଗି ପଡ଼ିଥାଆନ୍ତି। ଆଗକୁ କିଛି କରି ପାରିବେ ନାହିଁ ବୋଲି ସବୁବେଳେ ଚିନ୍ତାରେ ଘାରି ହେଉଥାଆନ୍ତି। ଏଭଳି ଲୋକଙ୍କ ପାଇଁ ହିନାଙ୍କ କର୍କଟ ସହିତ ଲଢ଼ିବାର ଏହି ସାହାସ ପ୍ରେରଣା ନିଶ୍ଚୟ ଯୋଗାଇବ। କେମୋଥେରାପି ପୂର୍ବରୁ ହିନା ଚୁଟି କାଟି ଦେଇଥିଲେ। ହିନା ଖାନଙ୍କ ପ୍ରଥମ କେମୋ ସେସନ ସରିଛି ଏବଂ ସେ ପୁରାପୁରି ଭାବେ ଚୁଟି କାଟିସାରିବା ପରେ ହୀନା ଖାନ ଅତ୍ମବିଶ୍ୱାସ ସହ ନିଜର ଭିଡିଓ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ହସିକି ଖେଳି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ହିନା ନିଜ ଛୋଟ ଚୁଟିକୁ ପ୍ଲାଣ୍ଟ କରିଥିବା ନଜର ଆସିଛନ୍ତି ।

Leave A Reply

Your email address will not be published.