thelifelinemedia
Latest Odisha News, Breaking News Today

ଦୁଇ ଦୁଇଟି ଲଘୁଚାପରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଜାରି ରହିବ ବର୍ଷା। ଗୋଟିଏ ଲଘୁଚାପ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି ଲଘୁଚାପ। ଆସନ୍ତାକାଲି ଯାଏଁ ଦକ୍ଷିଣ ଓ ଦକ୍ଷିଣ ଉପକୂଳରେ ରହିବ ବର୍ଷା।ସେହିପରି ୧୯ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଏଇ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ। ଦୁଇ ଦୁଇଟି ଲଘୁଚାପ ଫଳରେ ପ୍ରବଳ ବର୍ଷା ହେବ। ପାଣିପାଗ ସ୍ଥିତି ଅନୁସାରେ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ତେବେ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ରେ ଅତି ପ୍ରବଳ ବର୍ଷା ସହ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ବଲାଙ୍ଗୀର ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟ ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଆସନ୍ତାକାଲି ଯଦିଓ ହାଲୁକା ବର୍ଷା ରହିବ କିନ୍ତୁ ଭାରି ବର୍ଷାର ସମ୍ଭାବନା କମ୍ ରହିଛି । ୧୭ ତାରିଖରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ୨୪ ଘଣ୍ଟାରେ ପୁରୀ ଜିଲ୍ଲା ନିମାପଡ଼ାରେ ଠାରେ ସର୍ବାଧିକ ବର୍ଷା ୯୫.୬ ମିଲି ମିଟର ରେକର୍ଡ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Leave A Reply

Your email address will not be published.