thelifelinemedia
Latest Odisha News, Breaking News Today

ରଥ ଉପରେ ଅଣସେବାୟତ.. ଚି଼ହ୍ନିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ବାହୁଡା଼ ଯାତ୍ରାରେ ରଥ ଉପରେ ଚଢ଼ିଥିଲେ ଅଣ ସେବାୟତ। ସେବାୟତଙ୍କ ଭଳି ପୋଷାକ ପରିଧାନ କରି ଆଇ କାର୍ଡ ପକାଇ ରଥଉପରକୁ ପଳେଇ ଯାଇଥିଲେ। ହେଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଆଖିରୁ ଖସି ପାରିଲେନି। ତୁରନ୍ତ ରଥ ଉପରୁ ସେଇ ଅଣ ସେବାୟତଙ୍କୁ ଟାଣି ଆଣି ବାହାରକୁ ଯିବାକୁ କହିଥିଲେ। ବାହୁଡା ଯାତ୍ରା ପହଣ୍ଡି ତଥା ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ରହିଥିଲେ। ଆଉ ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଓ ପରିବେଶ ସୃଷ୍ଟି ହୋଇଥିଲା ।ରଥ ଉପରୁ ଜଣେ ଅଣ ସେବାୟତଙ୍କୁ ଚିହ୍ନଟ କରି କାଢ଼ିଥିଲେ ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେହିପରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଆଉ ଜଣେ ଅଣ ସେବାୟଙ୍କୁ ଦର୍ପଦଳନ ରଥ ଉପରୁ କାଢ଼ିଥିଲେ। ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପଦକ୍ଷେପ ନିଆଯାଇଥିଲା। ରଥ ଉପରେ ସେବାୟତ ମୋବାଇଲ ଫୋନ ବ୍ୟବହାର କରିବେ ନାହିଁ। ସବୁ ଦୃଶ୍ୟର ଭିଡିଓ ରେକର୍ଡ଼ିଂ ହୋଇଛି। ଯଦି କେହି ମୋବାଇଲ ଫୋନ ବ୍ୟବହାର ବା ସେଲଫି ନିଅନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେବାୟତ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ ସହଯୋଗ ମଧ୍ୟ କରିଥିଲେ। ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ। ଏନେଇ ବ୍ଯତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ଯକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧୀକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି ।ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.