thelifelinemedia
Latest Odisha News, Breaking News Today

ମିନି ଡ୍ରେସ୍‌ରେ ଅନୁଷ୍କା ସେୟାର କଲେ ଗ୍ଲାମରର୍ସ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ଦୀର୍ଘ ଦିନ ହେବ ପରଦାରୁ ଦୂରେଇ ରହିଥିଲେ । କିନ୍ତୁ ଏବେ ପୁଣି ଧମାଲ କରିବାକୁ ଫେରୁଛନ୍ତି । ତାହା ପୁଣି କ୍ରିକେଟ୍‌ ମଇଦାନ୍‌ରେ। ସେ ଝୁଲଣ ଗୋସ୍ଵାମୀ ଚରିତ୍ରରେ ପଡିଆରେ କ୍ରିକେଟ୍‌ ଖେଳୁଥିବାର ନଜର ଆସିବେ। ଫିଲ୍ମ ପାଇଁ ବହୁତ ପରିଶ୍ରମ କରିବା ସହ ଖୁବ୍‌ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର ପୋଷ୍ଟ କରିଛନ୍ତି।  ଯାହାକୁ ଦେଖିଲେ  ସମସ୍ତ ଆଖି ତାଙ୍କରି ଆଡକୁ ଯିବ।

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ୟୁରୋପ ଗସ୍ତରୁ ଫେରିଛନ୍ତି। ଫେରିବା ପରେ ସୋସିଆଲ୍‌ ମିଡିଆରେ ଦୁଇଟି ଫଟୋ ସେୟାର କରିଥିଲେ । ଯେଉଁଥିରେ ଅନୁଷ୍କା ଖୁବ୍‌ ସୁନ୍ଦର ଗ୍ଲାମରସ୍‌ ଲାଗୁଥିଲେ । ଏହି ପୋଷ୍ଟରେ ସେ ପାର୍କର ଏକ ବେଞ୍ଚରେ ବସିଥିବା ବେଳଏ ହଳଦୀଆ ରଙ୍ଗର ଡ୍ରେସ୍‌ ସହ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଅନୁଷ୍କା କ୍ୟାପସନ୍‌ରେ ଲେଖିଛନ୍ତି କି ପାର୍କରେ ଚାଲିବା ଅପେକ୍ଷା କ’ଣ ଭଲ ହୋଇପାରେ?

Leave A Reply

Your email address will not be published.