thelifelinemedia
Latest Odisha News, Breaking News Today

ସ୍ଥିତି ଦେଖି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ-ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ହୀରାକୁଦରେ ଜଳସ୍ତର ୬୨୦.୭୧ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୧.୮୩ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଳ କରୁଥିବା ବେଳେ ୩.୫୪.୬୦୦ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ୪ଟି ଗେଟ୍‌ ବନ୍ଦ ରହିଛି । ଏବେ ୧୬ଟି ଗେଟ୍‌ ଦେଇ ବନ୍ୟାଜଳ ବାହାରକୁ ଆସୁଛି ବୋଲି କହିଛନ୍ତି ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ହୀରାକୁଦରେ ବନ୍ୟାଜଳ କମିବା ପରେ ଧୀରେ ଧୀରେ ମହାନଦୀରୁ ମଧ୍ୟ ପାଣି କମିବା ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ମୁଣ୍ଡଳି ୮.୫୭୦୦୦ ବନ୍ୟାଜଳ ପାସ୍‌ କରୁଛି । ତେବେ ଛତିଶଗଡ଼ ସେଭଳି ବର୍ଷା ହୋଇନି। ସେଥିପାଇଁ ବନ୍ୟାଜଳ କମ ନିଷ୍କାସନ ହେବ। ବର୍ଷାକୁ ପରିମାଣଙ୍କୁ ପର୍ଯ୍ୟାଲୋଚନା କରିବା ପରେ  ଆଉ ଗେଟ ବନ୍ଦ କରିଵା ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.