ମୁମ୍ବାଇରେ ପ୍ରବଳ ବର୍ଷା

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ। ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ। ପ୍ରବଳ ବର୍ଷାରେ ଜନ ଜୀବନ ପ୍ରଭାବିତ। ସବୁକିଛି ଠପ ହୋଇଯାଇଛି ବର୍ଷା ପ୍ରଭାବରେ। ଲଗାତାର ବର୍ଷା ହେତୁ ସହର ଉପକଣ୍ଠରେ ଟ୍ରେନ୍ ସେବା ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଥିବାରୁ ମହାନଗରରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି।ମୁମ୍ବାଇର ରେକର୍ଡ ପରିମାଣରେ ବର୍ଷା ହୋଇଛି। ମାତ୍ର ଛଅ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଥିଲା, ଯାହା ପୁରା ସହରକୁ ଜଳବନ୍ଦୀ କରିଦେଇଛି।ବର୍ଷା ପାଇଁ ହୋଇ ସ୍କୁଲ ବନ୍ଦ ଘୋଷଣା ହୋଇଛି। କେବଳ ସ୍କୁଲ୍ ନୁହେଁ, ବର୍ଷା ହେତୁ ଅନେକ ବିମାନ, ରେଳ ବାତିଲ କରାଯାଇଛି।
ମୁମ୍ବାଇ ସମେତ ଥାନେ,ପାଲଘର ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଚେମ୍ବୁର ସମେତ ଅନ୍ୟ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ହିନ୍ଦ୍ମାତା, ପାରେଲ, ଲାଲବାଗ୍, ସେନାପତି ବାପଟ ରୋଡରେ ପାଣି ଜମି ରହିଛି। ତେବେ ସହରରେ ବର୍ଷାଜନିତ ଦୁର୍ବିପାକ ପାଇଁ ଜଳବାୟୁ ପରିବର୍ତ୍ତନ ଓ ଭୌଗୋଳିକ ସ୍ଥିତିକୁ ଦାୟୀ କରିଛନ୍ତି ପରିବେଶବିତ।