thelifelinemedia
Latest Odisha News, Breaking News Today

ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ:ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି। ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି। ପାକ୍‌ ଆତଙ୍କୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ପାହାଡରେ ଲୁଚିରହି ଆତଙ୍କୀ ମାନେ ସେନା ଉପରେ ନଜର ରଖିଥିଲେ। କୁହାଯାଉଛି ଯେଉଁଠାରେ ଏହି ଆକ୍ରମଣ ହୋଇଥିଲା,ସେଠାରେ ସଠିକ୍ ସଡ଼କ ସଂଯୋଗ ଅଭାବ ରହିଛି ଏବଂ ଘଣ୍ଟା ପ୍ରତି ୧୦-୧୫ କିଲୋମିଟରରୁ ଅଧିକ ବେଗରେ ଯାନବାହାନ ଚଳାଚଳ କରିପାରିବ ନାହିଁ। ଯାହାର ପୁରା ଫାଇଦା ଫାଇଦା ଉଠାଇଥିଲେ ଆତଙ୍କବାଦୀମାନେ।

ଗୁଇନ୍ଦା ସୂତ୍ର ଫେଲ ମାରିବାରୁ ଏହି ଆକ୍ରମଣ ହୋଇଛି ବୋଲି ବିଶେଷଜ୍ଞ କହୁଛନ୍ତି।ସ୍ଥାନୀୟ ଗାଇଡ୍ ଆତଙ୍କବାଦୀଙ୍କୁ ଏହି ଅଞ୍ଚଳର ଅନୁସନ୍ଧାନ କରିବାରେ ସାହାଯ୍ୟ କରିଥିଲା ​​ଏବଂ ସେମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ମଧ୍ୟ ଯୋଗାଇ ଦେଇଥିଲା। ସେନା ଗାଡି ଆସିବାକୁ ପାହାଡ଼ରେ ଲୁଚି ରହି ଅପେକ୍ଷା କରିଥିଲେ। ସେନା ଗାଡି ଆସିବା କ୍ଷଣି ଗ୍ରେନେଡ଼ ଫିଙ୍ଗିଥିଲେ।ଏଥିରେ ୪ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପେରସନ ଜାରି ରହିଛି।

Leave A Reply

Your email address will not be published.