ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ୱର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ ଲାଗୁଛି ଯେମିତି ବିବାଦ ତାଙ୍କର ପିଛା ଛାଡ଼ୁନି। ଏଥର ବିବାଦ ପୁରା ସାଙ୍ଘାତିକ। ଓଡ଼ିଆ ଜଣାଣ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି ତାଙ୍କ ନାଁରେ। ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି। ଏନେଇ ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛନ୍ତି ଇଣ୍ଟରନାସନାଲ ହ୍ୟୁମାନ ରାଇଟ କମିସନ। ଅଭିଯୋଗ ହେଉଛି ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନା ମହାବାହୁଙ୍କ ଭଜନକୁ ଅତି କଦର୍ଥ ଭାବେ ଗାଉଛନ୍ତି। ଭଜନକୁ ନେଇ ଦୁହେଁ ମଜାକ କରୁଛନ୍ତି ଵୋଲି ଅଭିଯୋଗ ହୋଇଛି।କଣ୍ଠଶିଳ୍ପୀ ରୁକୁ ସୁନା ଜଗନ୍ନାଥ ଭଜନକୁ କଦର୍ଥ କରି ଗାଇଥିବା ଶୁଣିବାକୁ ମିଳୁଛି । ହ୍ୟୁମାନ ସାଗର ଏହା ଶୁଣି ହସୁଥିବା ଦେଖିବାକୁ ମିଳୁଛି। ଯାହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଥାନାରେ ଏହି ଦୁହିଁ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ ।
ପୂର୍ବରୁ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରାଯାଇଥିଲେ ବି ହ୍ୟୁମାନ ସାଗର ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ ଆଣିଥିଲେ ସଂଗୀତ ନିର୍ଦ୍ଦେଶକ ଜାପାନୀ। ଭିନ୍ନ ଧର୍ମର ହୋଇଥିବାରୁ ହ୍ୟୁମାନ ଜଗନ୍ନାଥ ଭଜନ ଗାଇବାକୁ ରାଜି ହେଉନଥିବା ସେ କହିଥିଲେ। ଖାଲି ସେତିକି ନୁହେଁ ପାରିବାରିକ ବିବାଦକୁ ନେଇ ବି ଚର୍ଚ୍ଚାରେ ରହିଥିଲେ ହ୍ୟୁମାନ ସାଗର । ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା ମିଶ୍ର।