thelifelinemedia
Latest Odisha News, Breaking News Today

ଦବିଲା ଏନଏଚ ରାସ୍ତା, ଫସିଲା ଟ୍ରକ

ଭୁବନେଶ୍ୱର:ଦବିଲା ରାଜଧାନୀ ରାସ୍ତା। NH-16 ଫ୍ଲାଏଓଭର।ଆଇଗିଣିଆ ରାସ୍ତା ଦବିଯାଇଛି । ପ୍ରବଳ ବର୍ଷା ହେତୁ ରାସ୍ତା ଦବି ଯାଇଥିବା କୁହାଯାଉଛି। ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ଜଣାପଡିଛି।। NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା।ଘଟଣା ଘଟିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇ ଯା ଆସ କରୁଛନ୍ତି।ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବ୍ରିଜ। ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି।ଖବର ପାଇ କ୍ରେନ୍ ଆଣି ଟ୍ରକ୍ ଉଦ୍ଧାର କରିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ।

ନିମ୍ନମାନର କାମ ଯୋଗୁଁ ରାସ୍ତା ଦବି ଯାଇଥିବା କହିଛନ୍ତି ଲୋକେ।
ଫ୍ଲାଏଓଭର ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା। ହେଲେ ଏତେ ଜଲଦି ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ଅନ୍ୟପଟେ ରାସ୍ତାଟି ଦବିବା ଫଳରେ ବର୍ତ୍ତମାନ ଗୋଟିଏ ସାଇଡକୁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.