ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ ଧର୍ମେନ୍ଦ୍ର

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।ମହାପ୍ରଭୁଙ୍କ ପରମ ଭକ୍ତ ତଥା ପୂର୍ବତବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବିରଳ ରଥଯାତ୍ରାରେ ସାମିଲ ହେବା ସହ ତିନି ରଥ ନିକଟକୁ ଯାଇ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ।ଏହାପରେ ସେ ପ୍ରତିକ୍ରିୟାରେ କହିଥିଲେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା।ସେ ପହଁଚିବା ପରେ ମଞ୍ଚ ଉପରକୁ ଯାଇ ରାଷ୍ରପତି,ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ, ଦୁଇ ଉପ ମୁଖ୍ୟମନ୍ତ୍ରୀ ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ମାନ ଜଣାଇଥିଲେ।ସେମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରତି ସମ୍ମାନ ଜଣାଇଥିଲେ।ସୌଜ୍ୟନତା ଦେଖାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ସହ ମଞ୍ଚ ତଳୁ ତାଙ୍କ ସହ ରଥ ନିକଟକୁ ଯାଇଥିଲେ।ଏହା ଏକ ଭାବନାତ୍ମକ ପରିବେଶ ସୃଷ୍ଟି କରିଥିଲା।ତିନି ରଥ ନିକଟକୁ ଯାଇ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ପରେ ପୁଣି ଥରେ ମଞ୍ଚ ନିକଟକୁ ଆସି ସମସ୍ତଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସିଟରୁ ଉଠି ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଉଥିବାବେଳେ ନବୀନ ପଟ୍ଟନାୟକଙ୍କ ତାଙ୍କୁ ତାଙ୍କ ସିଟରେ ବସିବା ପାଇଁ ଅନୁରୋଧ କରିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ପରମ ଭକ୍ତ ଓ ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତି ବୋଲି ସେବାୟତ କହିଛନ୍ତି।
ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ସେବାୟତ ମଣ୍ଡଳୀ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇ ରଥଯାତ୍ରା ଦେଖିଯିବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।ସବୁ ବର୍ଷ ଭଳି ପୁରୀ ଯାଇ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ନବୀନ । ଆଉ ଆଜି କାଳିଆ ଠାକୁରଙ୍କୁ ଦର୍ଶନ କରିବାକୁ ପୁରୀରେ ପହଂଚିଥିଲେ ନବୀନ ପଟ୍ଟନାୟକ।